ଖୁବ୍‌ଶୀଘ୍ର ବଜାରକୁ ଆସୁଛି ବିଶ୍ୱର ସବୁଠାରୁ ଶସ୍ତା କାର୍‌, ୧ ଲିଟରରେ ୧୦୦ କିଲୋମିଟର ମାଇଲେଜ ଦେବ!

ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ବିଶ୍ୱର ସବୁଠୁ ଶସ୍ତା କାର୍‌। ଟାଟା ମୋଟର୍ସ ଏଭଳି ଏକ କାର ଭାରତରେ ଲଂଚ କରିବାକୁ ଯାଉଛି। ଏହି କାରଟିକୁ ଯେପରି ଜଣେ ସାଧାରଣ ବ୍ୟକ୍ତି କିଣିପାରିବ, ଏଥିପାଇଁ ଏହାର ଦାମକୁ ବି ସେହି ଅନୁସାରେ ରଖାଯାଇଛି। ଏଥିସହିତ ଏହି କାରଟି ୧ ଲିଟରରେ ପ୍ରାୟ ୧୦୦ କିଲୋମିଟର ମାଇଲେଜ ଦେବ। ବର୍ତ୍ତମାନର ଏହି ମହଙ୍ଗା ଯୁଗରେ ଯେଉଁଭଳି ଭାବେ ପେଟ୍ରୋଲ-ଡିଜେଲ ଦର ବଢ଼ି ଚାଲିଛି ସେଥିଯୋଗୁଁ ସାଧାରଣ ଲୋକେ କାର କିଣିବାକୁ ସାହସ କରିପାରୁ ନାହାଁନ୍ତି। ଏବେ ଟାଟା ମୋଟର୍ସର ଏହି କାର୍‌ଟି ସାଧାରଣ ଲୋକଙ୍କ ପାଇଁ ଉତ୍ସାହ ଆଣିଛି।

ଏବେ ଆପଣଙ୍କୁ ଯଦି କାର କିଣିବାରେ ଅଛି, ତେବେ ପ୍ରସ୍ତୁତ ହୋଇଯାଆନ୍ତୁ, କାହିଁକି ନା ଟାଟା ମୋଟର୍ସ ଖୁବ୍‌ ଶୀଘ୍ର ହିଁ ଭାରତରେ ନିଜର ମେଗାପିକ୍ସଲ କାର ଲଂଚ କରିବାକୁ ଯାଉଛି। ଏହି କାରକୁ ଏଭଳି ଭାବରେ ନିର୍ମାଣ କରାଯାଇଛି କି, ଏହି କାର ୧ ଲିଟରରେ ୧୦୦ କିଲୋମିଟରର ମାଇଲେଜ ଦେବ। ଏଥିସହିତ ହିଁ ଏଥିରେ ଫିଚର ବି ବହୁତ ଆଡଭାନ୍‌ସ ରହିଛି। ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଟାଟା କଂପାନୀ ଏହି କାର ଚଳିତ ବର୍ଷ ଭାରତୀୟ ବଜାରରେ ଲଂଚ କରିପାରେ। ଟାଟା କଂପାନୀ ନିଜର ଏହି କାରକୁ ମେଗାପିକ୍ସଲ ନାଁରେ ବଜାରରେ ଲଂଚ କରିବ।

ତେବେ ଏହି କାରଟିକୁ ଯେପରି ଜଣେ ସାଧାରଣ ବ୍ୟକ୍ତି କିଣିପାରିବ, ଏଥିପାଇଁ ଏହାର ଦାମକୁ ବି ସେହି ଅନୁସାରେ ରଖାଯାଇଛି। ଏହି କାରର ଦାମ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଭିତରେ ରଖାଯାଇଥିବା ସମ୍ଭାବନା ରହିଛି। ଏହି କାରଟି ୪ ସିଟେଡ ଅଟେ ଏବଂ ଏହି କାର ମେଗାପିକ୍ସଲରେ ୨୨ ଗ୍ରାମ କାର୍ବନ ଡାଇ ଅକ୍ସାଇଡ ପ୍ରତି କିଲୋମିଟର ଉତ୍ସର୍ଜନ ହେବ।

ଏହି କାରରେ ଏକ ଲିଥିୟନ ଆୟନ ଫସଫେଟ ବ୍ୟାଟେରୀ ଏବଂ ଚଳନ୍ତା କାରରେ ରିଚାର୍ଜ ପାଇଁ ପେଟ୍ରୋଲ ଇଂଜିନ ଜେନେରେଟର ବ୍ୟବହୃତ ହୋଇଛି। କାରଟି ଲିଟର ପ୍ରତି ୧୦୦କିଲୋମିଟରର ମାଇଲେଜ ଦେବ। ତେଣୁ ଯଦି ଆପଣ କାର କିଣିବାକୁ ମନ ବଳାଇଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରେ।

ସମ୍ବନ୍ଧିତ ଖବର