ଜଲିୱାନବାଲା ବାଗ୍ ଭଳି ଘଟଣା ବି ଓଡ଼ିଶାରେ ହୋଇଛି

୧୯୧୯ ମସିହାରେ ପଞ୍ଜାବର ଜଲିୱାନବାଲା ବାଗ୍‌ରେ ଯେଉଁ ହତ୍ୟାକାଣ୍ଡ ଘଟିଲା ସେହିଭଳି ଏକାଧିକ ଘଟଣା ଓଡ଼ିଶାରେ ଏହା ପୂର୍ବରୁ ଏବଂ ପରେ ଘଟିଛି। ପାଇକ ବିଦ୍ରୋହରୁ ଆରମ୍ଭ କରି ବିଭିନ୍ନ ସମୟରେ ଆଦିବାସୀମାନେ ଜମି, ଟିକସ ଓ ସେମାନଙ୍କ ଅଧିକାର ପାଇଁ ସ୍ବର ଉଠାଇଛନ୍ତି। ଏହାକୁ ଚପାଇବାକୁ ଇଂରେଜମାନେ ବିଭିନ୍ନ ସମୟ‌େର ବହୁ ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ବିଶିଷ୍ଟ ଐତିହାସହିକମାନେ ମତବ୍ୟକ୍ତ କରିଛନ୍ତି।

‘ଜଲିୱାନବାଲା ବାଗ୍‌ ଏ ସେଞ୍ଚୁରି ଲ୍ୟାଟର’ ଶୀର୍ଷକ ଅଧିବେଶନରେ ଐତିହାସିକ ପ୍ରୀତିଶ୍ ଆଚାର୍ଯ୍ୟ, ନିବେଦିତା ମହାନ୍ତି ଯୋଗଦେଇ ଓଡ଼ିଶା ଇତିହାସରେ ଘଟିଥିବା ବିଭିନ୍ନ ଘଟଣାବଳୀ ସମ୍ପର୍କରେ କହିଥିଲେ। ଆମ୍‌କୋ ସିମ୍‌‌େକାରେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ବି କହିଥିଲେ। କିଶ୍ବର ଦେଶାଇ ଜଲିୱାନବାଲା ବାଗ୍‌ରେ ଘଟିଥିବା ହତ୍ୟାକାଣ୍ଡ ଏବଂ ଏହା ପଛରେ ଥିବା ବିଭିନ୍ନ ଘଟଣାବଳୀ ବିଷୟରେ କହିଥିଲେ। ଏହି ଅଧିବେଶନକୁ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ସଂଯୋଜନା କରିଥିଲେ।

କାହାଣୀ ପାଠକ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରେ

କାହାଣୀ ଏମିତି ଶୈଳୀରେ ଉପସ୍ଥାପନ ହେବା ଦରକାର ଯାହା ପାଠକ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରୁଥିବ। ସହରକୁ ନେଇ ହେଉ କି ସହରରେ ବାସ କରୁଥିବା ଲୋକଙ୍କ ଜୀବନଶୈଳୀକୁ ନେଇ। କାହାଣୀ ଉପସ୍ଥାପନା ବେଳେ ଲେଖକକୁ ଏହାକୁ ଧ୍ୟାନରେ ରଖିବାକୁ ହେବ ବୋଲି ମତ ରଖିଛନ୍ତ ଯୁବ ଲେଖକ ଚନ୍ଦ୍ରହାସ ଚୌଧୁରୀ।

ମୁମ୍ବାଇ ସହର ଉପରେ ବହି ଲେଖି ସ୍ବତନ୍ତ୍ର ପରିଚୟ ପାଇଥିବା ଚନ୍ଦ୍ରହାସ ‘ଦି ଅଥର୍ ଆଣ୍ଡ୍‌ ସିଟି’ ଉପରେ ମତ ରଖି କହିଥିଲେ ସେ ‌ ମୁମ୍ବାଇରେ କିଛି ବର୍ଷ ରହିଥିବା ଏବଂ ମୁମ୍ବାଇକୁ ବହୁ ଆଶା ନେଇ ଆସୁଥିବା ଲୋକଙ୍କ ଉପରେ ଲେଖିଛନ୍ତି। ସେମାନଙ୍କର ବାସ୍ତବ କାହାଣୀକୁ ଉପସ୍ଥାପନା କରିଛନ୍ତି। ଯାହା ତାଙ୍କୁ ସଫଳତା ଦେଇଛି।

ଉପସ୍ଥାପକ ସମ୍ପଦ ପଟ୍ଟନାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଥିଲେ ଯେ, ଭୁବନେଶ୍ବର ତାଙ୍କର ସବୁଠୁ ପସନ୍ଦର ସହର। ଏଠାକାର ଗଛ, ପାର୍କ, ଉଦ୍ୟାନ ବହୁତ ଭଲ ଲାଗେ। ମୁମ୍ବାଇରେ ବହୁ ଦିନ ରହିଥିଲେ ହେଁ ବଡାପାଉ ତୁଳନାରେ ଆଳୁଦମ୍‌ ଦହିବରା ଅଧିକ ଭଲ ଲାଗେ।

ଶେଷରେ କବିତା ଆସର

କାର୍ଯ୍ୟକ୍ରମର ଶେଷ ଅଧିବେଶନରେ କବିତା ଆସର ଜମିଥିଲା। ‘ପୋଏଟ୍ରି ଆଟ୍‌ ମୁନ୍‌ରାଇଜ୍’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ହୁସେନ୍‌ ହାଇଦରି, ଜୟନ୍ତ କ୍ରିପଲାନି, ନବୀନା ଦାସ ଏବଂ ସୁଚେତା ମିଶ୍ର ତାଙ୍କ ରଚିତ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର