କେବଳ ଅପରାଧଭିତ୍ତିକ ଉପନ୍ୟାସ କାହାଣୀରେ ରୋମାଞ୍ଚ ଆଣେନି

କେବଳ ଅପରାଧ ଭିତ୍ତିକ ଉପନ୍ୟାସ ପାଠକଙ୍କ ମନରେ ରୋମାଞ୍ଚ ଆଣେନି। ଇତିହାସର ବହୁ ଅଜଣା କଥା, ସାମାଜିକ ଘଟଣାବଳୀ, ନୂଆଶୈଳୀରେ ଉପସ୍ଥାପନ ହେଉଥିବା ଉପନ୍ୟାସ ବି ପାଠକଙ୍କ ମନରେ ରୋମାଞ୍ଚ ଆଣିଥାଏ। କିନ୍ତୁ ରୋମାଞ୍ଚ ଆଣିବା ପାଇଁ ଲେଖକମାନେ ସତ୍ୟକୁ ଅତିରଞ୍ଜିତ କରିବା କଥା ନୁହେଁ କି ମିଥ୍ୟା ତଥ୍ୟ ଉପସ୍ଥାପନ କରିବା କଥା ନୁହେଁ। ଏହା କହିଛନ୍ତି ଯୁବ ଔପନାସିକ ବିନିତ ବାଜପେୟୀ ଏବଂ କିଶ୍ବର ଦେଶାଇ। ‘ଲାଇ‌େସନ୍ସଡ ଟୁ ଥ୍ରିଲ୍‌’ ଶୀର୍ଷକ ଅଧିବେଶନରେ ଯୋଗଦେଇ ଦୁଇ ବକ୍ତା ଏହା କହିଛନ୍ତି।

ହରପ୍ପା ଉପନ୍ୟାସର ଲେଖକ ଭାବେ ବେଶ୍ ପରିଚିତ ହୋଇଥିବା ବିନିତ କହିଛନ୍ତି ଯେ, ହରପ୍ପା, ମହେ‌ଞ୍ଜୋ ଦାରୋ, ଇଣ୍ଡସ, ଆର୍ଯ୍ୟ ସଭ୍ୟତା ବିଷୟରେ ବି ବହୁ ଅଜଣା କଥା ଅଛି। ଏହାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ବହୁ ରୋମାଞ୍ଚ ଅଛି। ଯାହା ମୁଁ ହରପ୍ପା ପୁସ୍ତକ ଲେଖି ଅନୁଭବ କରିଛି। ଏବେ ବି ଭାରତରେ ଏମିତି ବହୁ ଐତିହାସିକ ସ୍ଥାନ, ଘଟଣାବଳୀ ଅଛି ଯାହା ପାଠକଙ୍କ ମନରେ ରୋମାଞ୍ଚ ଭରି ପାରିବ।

କିଶ୍ବର ଦେଶାଇ କହିଲେ ଆପରାଧିକ ଉପନ୍ୟାସ ଲେଖି ବହୁ ସଫଳତା ପାଇଛନ୍ତି। ଏଥିରେ ବାସ୍ତବ ଘଟଣାକୁ ଉପସ୍ଥାପନ କରିହୁଏ। ଏହା ପାଠକଙ୍କ ମଧ୍ୟରେ ଏକ ଭାବନା ସୃଷ୍ଟି କରିପାରେ। କେବଳ ଆପରାଧିକ ନୁହେଁ ଅନ୍ୟ ଉପନ୍ୟାସ‌ ଲେଖିକି ବି ପାଠକ ଆଦୃତି ପାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର