ପ୍ରବାସୀ ଭାରତୀୟଙ୍କ ପାଇଁ ତତକାଳ ବ୍ୟାଙ୍କ ଖାତା ଖୋଲିବା ସୁବିଧା ଆରମ୍ଭ କଲା ଆଇଡିବିଆଇ

ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ନିମନ୍ତେ “ଏନ୍ଆର୍ଆଇ-ଇନଷ୍ଟା-ଅନଲାଇନ୍” ଖାତା ଖୋଲିବା ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ଏହି ପ୍ରକ୍ରିୟାରେ ଖାତା ଖୋଲିବା ପାଇଁ ପ୍ରତ୍ୟକ୍ଷ ଭାବେ ଖାତା ଖୋଲିବା ଫର୍ମ ଏବଂ ପ୍ରତ୍ୟକ୍ଷ କେୱାଇସି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ ଏବଂ ତେଣୁ ଏହା ବିଦେଶରେ ବାସ କରୁଥିବା ଏନ୍ଆରଆଇମାନଙ୍କ ପାଇଁ ବଡ଼ ଧରଣର ଆଶ୍ୱସ୍ତି ହେବ ।

ଯେଉଁ ଏନ୍ଆରଆଇ ମାନେ ଖାତା ଖୋଲିବାକୁ ଆଗ୍ରହୀ ସେମାନେ ବ୍ୟାଙ୍କର ୱେବସାଇଟର ୱେବ୍ ମଡୁଲ ହାସଲ କରି ସମର୍ଥିତ କାଗଜପତ୍ର ଦାଖଲ କରିପାରିବେ ଏବଂ ନିଜେ ଖାତା ଖୋଲିବାକୁ ଚାହୁଁଥିବା ଶାଖା ଚୟନ କରିପାରିବେ । ସଫଳତାର ସହ ଅପ୍ଲୋଡ୍ ହୋଇଯିବା ପରେ ଏବଂ ସ୍କାନ୍ ହୋଇଥିବା କାଗଜପତ୍ର ଯାଞ୍ଚ ହେବା ପରେ ତୁରନ୍ତ ଖାତା ଖୋଲିଯିବ ଏବଂ ଗ୍ରାହକଙ୍କ ପାଖରେ ଇଲେକ୍ଟ୍ରୋନିକ୍ସ ପରାମର୍ଶ ଆସିଯିବ । ଏହା ହେଉଛି ଏକ ଗ୍ରାହକ ଅନୁକୂଳ ଅଭିଯାନ ଯାହା ଏନ୍ଆରଆଇ ମାନଙ୍କୁ ବିନା ଶାଖା ପରିଦର୍ଶନ କରି ଏବଂ ପ୍ରତ୍ୟକ୍ଷ କାଗଜପତ୍ର ଦାଖଲ ବିନା ଖାତା ଖୋଲିବାରେ ସହାୟକ ହେବ ।

ସମ୍ବନ୍ଧିତ ଖବର