ଜାଣନ୍ତୁ  କେମିତି କରିବେ ତତ୍କାଳ ରେଳବାଇ ଟିକେଟ୍‌!

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ପକ୍ଷରୁ ୧.୩ ଲକ୍ଷ ତତ୍କାଳ ଟିକେଟ୍‌ ବିକ୍ରି କରାଯାଉଥିବା ବେଳେ ଜାଣିବାକୁ ମିଳିଛି ଯେ ତତ୍କାଳ ଟିକେଟ୍‌ ପାଇଁ  ଥବା କୋଟା କାଉଣ୍ଟର୍‌  ଓ ଅନଲାଇନ୍‌ ବୁକିଂ ଖୋଲିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଶେଷ ହୋଇଯାଇ ଥାଏ। ଆପଣ ଜାଣନ୍ତି କି ତତ୍କାଳ ଟିକେଟ୍‌ କିପରି କରିବେ? ନିମ୍ନରେ ସେ ସଂପର୍କରେ ଉଲ୍ଲେଖ କରାଯାଇଛି।
ତତ୍କାଳ ଟିକେଟ୍‌ କ’ଣ?
ତତ୍କାଳ ଅର୍ଥାତ ତୁରନ୍ତ। ଏହି ଟିକେଟ୍‌ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥାଏ। ଯେଉଁ ଯାତ୍ରୀମାନଙ୍କ  ହଠାତ୍‌ ଟ୍ରେନ୍‌ରେ ଯାତ୍ରା କରିବା ଆବଶ୍ୟକ ପଡ଼େ ସେମାନେ ଏହି ସୁବିଧାର ଲାଭ ଉଠାଇଥାନ୍ତି। ତତ୍କାଳ ଟିକେଟ କରିବା ଦ୍ୱାରା ଯାତ୍ରୀଙ୍କ ସଂରକ୍ଷଣ ନିଶ୍ଚିତ ହୋଇଥାଏ। ଏହି ଟିକେଟ୍‌ ଯାତ୍ରା କରିବାର ଗୋଟାଏ ଦିନ ପୂର୍ବରୁ  ବା ୨୪ ଘଣ୍ଟା ଆଗରୁ କରିବାକୁ ହୁଏ। ଯଦି ଆପଣଙ୍କୁ ୨୬ ତାରିଖରେ ଯାତ୍ରା କରିବାର ଅଛି ତେବେ ଟିକେଟ୍‌ ବୁକିଂ କାଉଣ୍ଟର ୨୫ ତାରିଖ ଦିନ ୧୦ଟାରେ ଖୋଲିଥାଏ।
କିପରି କରିବେ ଟିକେଟ୍‌ ବୁକିଂ?
ଟିକେଟ୍‌  ଅନ୍‌ଲାଇନ୍‌ ଜରିଆରେ କରିବାର ଥିଲେ https://irctc.co.in େଓ୍ଵବ୍‌ସାଇଟ୍‌କୁ ଯାଆନ୍ତୁ। ଏସି କ୍ଲାସ୍‌ରେ (ଶୀତତାପ ନିୟନ୍ତ୍ରିତ) ଟିକେଟ୍‌ କରିବାର ଥିଲେ ସକାଳ ୧୦ଟା ପରେ କରନ୍ତୁ। ନନ୍‌ ଏସି (ଅଣ ଶୀତତାପ ନିୟନ୍ତ୍ରିତ) କରିବାର ଥିଲେ ୧୧ଟା ପରେ କରିପାରିବେ। ୧୦ଟାରୁ ୧୨ଟା ମଧ୍ୟରେ ହିଁ ଆପଣଙ୍କୁ ଟିକେଟ୍‌ କରିବାକୁ ହେବ। ନିୟମ ମୁତାବକ, ଜଣେ ଯାତ୍ରୀ ସର୍ବାଧିକ ୪ଟି ଟିକେଟ୍‌ କରିପାରିବେ।
ଯଦି ଜଣେ କରିଥିବା ଟିକେଟ୍‌ ମଧ୍ୟରୁ କିଛିଟା ନିଶ୍ଚିତ ହୋଇ କିଛି ଅପେକ୍ଷା ତାଲିକାରେ ଥାଏ?
ତତ୍କାଳରେ ଧରାଯାଉ ଜଣେ ଏକା ଥରକେ ୪ ଜଣଙ୍କ ପାଇଁ ଟିକେଟ୍‌ କରିଛନ୍ତି। ସେଥିମଧ୍ୟରୁ ଜଣଙ୍କର ନିଶ୍ଚିତ ହୋଇଯାଇଛି। ଆଉ ୩ ଜଣ ଅପେକ୍ଷା ତାଲିକାରେ ଅଛନ୍ତି। ତେବେ, ସେ କ୍ଷେତ୍ରରେ ୪ ଜଣ ଯାକ ଟ୍ରେନ୍‌ ଭିତରେ ପ୍ରବେଶ କରିପାରିବେ। କାହିଁକି ନା, ଚାର୍ଟ ପ୍ରସ୍ତୁତି ପରେ ଏପରି କ୍ଷେତ୍ରରେ ଅପେକ୍ଷାରେ ଥିବା ଯାତ୍ରୀମାନଙ୍କ ଟିକେଟ୍‌ ନିଶ୍ଚିତ ହେବାର ଅଧିକାଂଶ ସମ୍ଭାବନା ରହିଛି।
କେମିତି କରିବେ ଟିକେଟ୍‌ ବାତିଲ ଓ ପାଇବେ ଟଙ୍କା ଫେରସ୍ତ?
ନିୟମ ମୁତାବକ ଅପେକ୍ଷା ତାଲିକାରେ ଥିବା କିମ୍ବା ନିଶ୍ଚିତ ହୋଇଥିବା ଟିକେଟ୍‌କୁ ଟ୍ରେନ୍‌ ଛାଡ଼ିବାର ୩୦ ମିନିଟ୍‌ ପୂର୍ବରୁ ବାତିଲ କରାଯାଇଥାଏ। ଏପରିକି ତତ୍କାଳରେ ହୋଇଥିବା ଟିକେଟ୍‌ ଯଦି ନିଶ୍ଚିତ ନ ହୋଇଥାଏ ତେବେ ତାହା ଆପେ ଆପେ ବାତିଲ ହୋଇ ଟଙ୍କା ଫେରସ୍ତ ଆସିଯାଏ।
ତତ୍କାଳ ଟିକେଟ୍‌ ପାଇଁ କ’ଣ ସବୁ ପ୍ରମାଣପତ୍ର ଆବଶ୍ୟକ?
ପାସପୋର୍ଟ, ଆଧାରକାର୍ଡ,ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ,ପ୍ୟାନ୍‌ କାର୍ଡ, ଜାତୀୟ ବ୍ୟାଙ୍କ୍‌ ପାସ୍‌ବୁକ୍‌, କ୍ରେଡିଟ୍‌ କାର୍ଡ, ଫଟୋ ଆଡେଣ୍ଟିଟି କାର୍ଡ। ଏଥି ମଧ୍ୟରୁ କୌଣସଟି ହେଲେ ବି ଚଳିବ।
ରେଳ ଟିକେଟ୍‌ ବୁକିଂ ପାଇଁ କେତେ ଟଙ୍କା ପୈଠ କରିବାକୁ ହେବ?
ତତ୍କାଳ ଟିକେଟ୍‌ ଚାର୍ଜ ବାବଦରେ ସେକେଣ୍ଡ୍‌ କ୍ଲାସ୍‌ ପାଇଁ ୧୦% ଏବଂ ଅନ୍ୟ ସବୁ ପାଇଁ ୩୦% ଅତିରିକ୍ତ ଦେବାକୁ ପଡ଼ିଥାଏ। ନିମ୍ନରେ ସର୍ବନିମ୍ନ ଏବଂ ସର୍ବାଧିକ ଚାର୍ଜର ତାଲିକା ପ୍ରଦାନ କରାଯାଇଛି।

 

 

ସମ୍ବନ୍ଧିତ ଖବର