ପଞ୍ଚାବନ ବର୍ଷ ବୟସ୍କା କେସ୍ଟିନ୍ ଟ୍ରିସ୍ଟାନ୍ ଜର୍ମାନି ଅନ୍ତର୍ଗତ ଲାଇପ୍ଜିସ୍ର ବାସିନ୍ଦା। ସେ କେବେଠାରୁ ଜେଜେମାଆ ହୋଇସାରିଲେଣି। ସେ ଉଗ୍ର ଆଧୁନିକା ଏବଂ ଟାଟୁ-ପ୍ରେମୀ। ସାରା ଦେହକୁ ସ୍ଥାୟୀ ରଂଗିନ ଟାଟୁରେ ସଜାଇସାରିଲେଣି। ପାଞ୍ଚ ବର୍ଷ ତଳେ ଚିତା କୁଟେଇବା ଆରମ୍ଭ କରିଥିଲେ। ଏବେ ମୁହଁ ଓ ପାଦକୁ ଛାଡ଼ି ଅବଶିଷ୍ଟ ଶରୀର ଟାଟୁରେ ଚିତ୍ରିତ। ଏ ବାବଦରେ ପଞ୍ଚତିରିଶ ହଜାର ଡଲାର୍ ଖର୍ଚ୍ଚ କରିସାରିଲେଣି। ଏକଦା ସେ ଟାକ୍ସି ଚଳାଉଥିଲେ। ଏବେ ମଡେଲିଂ କରିବାକୁ ଚିନ୍ତା କରୁଛନ୍ତି। ‘ଇନ୍ସଟାଗ୍ରାମ୍’ରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ।
ଟାଟୁ-ପ୍ରେମୀ ଜେଜେମାଆ
/sambad/media/post_attachments/wp-content/uploads/2020/11/tattoo-loving.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)