ନୂଆଦିଲ୍ଲୀ: ହଲିଉଡ୍ ତଥା ଦୁନିଆର ଚର୍ଚ୍ଚିତ କଣ୍ଠଶିଳ୍ପୀ ହେଉଛନ୍ତି ଟେଲର୍ ସ୍ୱିଫ୍ଟ । ଟେଲରଙ୍କ ନାମରେ ଅନେକ ରେକର୍ଡ ରହିଛି । ସେ ସୋସିଆଲ ମିଡିଆରେ ବି ଖୁବ ସକ୍ରିୟ ରହିଥାଆନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି କି, ଟେଲର ପ୍ରାୟ ପ୍ରତ୍ୟେକ ସୋ’ରୁ ୧୦୦କୋଟିରୁ ଅଧିକ ଟଙ୍କା ରୋଜଗାର କରି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।
ଟେଲରଙ୍କ ସୋ’ ପାଇଁ ଦୁନିଆର ସବୁଠାରୁ ପ୍ରସିଦ୍ଧ ଡିଜାଇନର୍ ଏବଂ କମ୍ପାନିର ଏକ ଦଳ ତାଙ୍କ ପୋଷାକଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁକିଛି ଡିଜାଇନ୍ କରନ୍ତି ।
ଇଣ୍ଟରନେଟରେ ଥିବା ସୂଚନା ଅନୁଯାୟୀ, ସୋ’ରେ ଟେଲର ପିନ୍ଧିଥିବା ସବୁଠାରୁ ଶସ୍ତା ପୋଷାକର ମୂଲ୍ୟ ୧,୫୦୦ ଡଲାର ରହିଛି। ଯାହାକି ଭାରତୀୟ ମୁଦ୍ରାରେ ୧,୨୩,୧୨୦ ଟଙ୍କା ସହିତ ସମାନ ହେବ। ଟେଲର ୮ ଲକ୍ଷ, ୧୦ ଲକ୍ଷ ଏବଂ ୧୨ ଲକ୍ଷ ମୂଲ୍ୟର ପୋଷାକ ପିନ୍ଧନ୍ତି। ତାଙ୍କର ସବୁଠାରୁ ମହଙ୍ଗା ପୋଷାକ ମଧ୍ୟରେ ରହିଛି ଜୁହେର ମୁରାଦ ଟୁଲ୍ ଗାଉନ୍। ଯାହାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ପାଖାପାଖି ହେବ।
ଟେଲର ସ୍ୱିଫ୍ଟଙ୍କ ତାଙ୍କର ଦୀର୍ଘ ଦିନର ପ୍ରେମିକ ସହିତ ବିଚ୍ଛେଦ ହୋଇସାରିଛି। ଏହି ବିଚ୍ଛେଦ ପରେ ଟେଲର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପରେ ମନକୁ ବୁଝାଇ ପଛ କଥାକୁ ଭୁଲି ଜୀବନରେ ଆଗେଇ ଥିଲେ। ଖୁବ ପରିଶ୍ରମ ଓ ସଂଘର୍ଷ କରିଥିଲେ। ଆଉ ଆଜି ସଫଳତା ପରେ ସଫଳତା ତାଙ୍କ ଝୋଲିରେ ଭରି ଚାଲିଛି।