ନୂଆଦିଲ୍ଲୀ: ହରିୟାଣାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହରିୟାଣା କୁରୁକ୍ଷେତ୍ରସ୍ଥିତ ଜଣେ ଚା’ ବିକ୍ରେତାଙ୍କୁ ବ୍ୟାଙ୍କ ୫୦କୋଟି ଟଙ୍କାର ଡିଫଲ୍ଟର ଘୋଷଣା କରିବା ପରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳି ଯାଇଛି।
ଏହି ଘଟଣାକୁ ନେଇ କୁରୁକ୍ଷେତ୍ରର ଚା’ ଦୋକାନୀ ରାଜକୁମାର କହିଛନ୍ତି ଯେ, ‘ଚା’ ବ୍ୟବସାୟ କରି ପ୍ରତିଦିନ ମୁଁ ମୋର ପରିବାରର ଗୁଜୁରାଣ ମେଣ୍ଟାଇ ଥାଏ। କରୋନା ମହାମାରୀ ସମୟରେ ରୋଜଗାର ଠପ୍ ହୋଇଯିବାରୁ ପରିବାର ଚଳାଇବାକୁ ବହୁତ ଅସୁବିଧା ହୋଇଥିଲା। ଏଥିପାଇଁ ବ୍ୟାଙ୍କକୁ ଯାଇ ଋଣର ଆବେଦନ କରିଥିଲି। ଏହି ଆବେଦନ ଟଙ୍କାରେ କିଛି ନୂଆ ବ୍ୟବସାୟ ଆରମ୍ଭ କରିବି ବୋଲି ସ୍ଥିର କରିଥିଲି। କିନ୍ତୁ ଋଣ ପାଇଁ ଆବେଦନ କରିବାକୁ ଯାଇଥିବା ସମୟରେ ବ୍ୟାଙ୍କ ଠାରୁ ମୋତ ଯେଉଁ ଉତ୍ତର ମିଳିଥିଲା ତାହା ଶୁଣି ମୁଁ ପୂରାପୂରି ସ୍ତବ୍ଧ ହୋଇଯାଇଥିଲି।
Haryana: Rajkumar, a tea seller in Kurukshetra claims he owes Rs50 crores to banks without even taking a loan. Says, "I had applied for a loan as my financial situation is dire due to COVID. Bank rejected it saying I already have debt of Rs 50 cr, don't know how it is possible." pic.twitter.com/BhTStsIwiy
— ANI (@ANI) July 22, 2020
ବ୍ୟାଙ୍କ ମୋର ଋଣ ଆବେଦନ କରିବା ପତ୍ରକୁ ଦେଖି ପୂର୍ବରୁ ମୋ ଉପରେ ୫୦କୋଟି ଟଙ୍କାର ଋଣ ଥିବା କହି ଆବେଦନକୁ ଗ୍ରହଣ କରିବାକୁ ମନା କରି ଦେଇଥିଲା। ଆଶ୍ଚର୍ଯ୍ୟ ଲାଗୁଛି କି ମୁଁ କେବେ କୌଣସି ଋଣ ବ୍ୟାଙ୍କରୁ ନେଇ ନଥିବା ବେଳେ କିପରି ବ୍ୟାଙ୍କ୍ ମୋତେ ୫୦କୋଟି ଟଙ୍କାର ଡିଫଲଟର ଘୋଷଣା କଲା। ମୁଁ ପ୍ରଥମଥର ଋଣ ପାଇଁ ଆବେଦନ କରିଥିଲି। ତେବେ ମୋ ନାମରେ ଏତେ ଗୁଡ଼ାଏ ଟଙ୍କାର ଋଣ କିଏ ଓ କିପରି ନେଇଛି ତାହାର ଯାଞ୍ଚ ହେବା ନିହାତି ଆବଶ୍ୟକ।’