ଭାରତୀୟ ବାୟୁସେନା ଏକାଡେମୀର ଟପ୍ପର୍ ହେଲେ ଚା ବ‌ିକ୍ରେତାଙ୍କ ଝିଅ

ହାଇଦ୍ରାବାଦ: ହାଇଦ୍ରାବାଦର ଡୁଣ୍ଡିଗଲସ୍ଥିତ ବାୟୁସେନା ଏକାଡେମିର ମିଳିତ ସ୍ନାତକ ଦିବସ ପରେଡ୍‌ରେ ରାଷ୍ଟ୍ରପତିଙ୍କ ପଦକ ହାସଲ କରି ମଧ୍ୟପ୍ରଦେଶର ଜଣେ ଚା ବିକ୍ରେତାଙ୍କ ଝିଅ ତାଙ୍କ ବାପା ସୁରେଶ ଗଙ୍ଗୱାଲଙ୍କୁ ଗୌରବାନ୍ବିତ କରିଛନ୍ତି।

ଶନିବାର ଦିନ ଫ୍ଲାଇଙ୍ଗ୍ ଅଫିସସର୍ ଆଞ୍ଚଲ ଗଙ୍ଗୱାଲ୍ ବାୟୁସେନାର ମୁଖ୍ୟ ବିକେଏସ୍ ବଦୌରିୟାଙ୍କ ଉପସ୍ଥିତିରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ‌ଦେଇଛନ୍ତି।

ଅଦମନୀୟ ମନୋଭାବର ବ୍ୟକ୍ତିତ୍ବ ଆଞ୍ଚଳ୍ ନୀମୁଚ ସରକାରୀ ଡିଗ୍ରି କଲେଜରୁ କମ୍ପ୍ୟୁଟର୍ ସାଇନ୍‌ସ୍‌ରେ ସ୍ନାତକ ହାସଲ କରିଛନ୍ତି। ପୂର୍ବରୁ ଆଞ୍ଚଲ ମଧ୍ୟପ୍ରଦେଶ ପୁଲିସରେ ସବ୍‌-ଇନ୍‌ସ୍‌ପେକ୍ଟର୍ ଚାକିରି ପାଇଥିଲେ। ପରେ ସେ ଚାକିରି ଛାଡ଼ି ଆପଣା ଯୋଗ୍ୟତାଭିତ୍ତିରେ ଶ୍ରମ ବିଭାଗରେ ଇନ୍‌ସ୍ପେକ୍ଟର୍ ଚାକିରି କଲେ। କିନ୍ତୁ, ସେଠାରେ ସେ ଆଠ ମାସ କାମ କରିବା ପରେ ବି ସେ ଚାକିରି ତାଙ୍କୁ ସନ୍ତୋଷ ଦେଇ ପାରିଲା ନାର୍ହି।

Image Courtesy of Latestly

ଭାରତୀୟ ବାୟୁସେନାରେ ଯୋଗଦେବା ଥିଲା ତାଙ୍କର ସ୍ବପ୍ନ। ସ୍ନାତକ ହେବା ପରେ ସେ ‘ଏଫ୍‌ସିଏଟି’ ପାଇଁ ପ୍ରବେଶିକା ପରୀକ୍ଷା ଦେଲେ ଏବଂ ଛଅ ଥର ଉଦ୍ୟମ କରିବା ପରେ ‘ଏସ୍ଏସ୍‌ବି’ ପାଇଁ ଅନୁମୋଦନ ପାଇଲେ।

ଆଞ୍ଚଲଙ୍କ ବାପା ସୁରେଶ ଏବେ ମଧ୍ୟ ମଧ୍ୟପ୍ରଦେଶର ନୀମୁଚ ଜିଲ୍ଲାରେ ଚା ଦୋକାନ ଚଳାଉଛନ୍ତି।

ସମ୍ବନ୍ଧିତ ଖବର