ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କରୋନାଭାଇରସ୍ ମହାମାରୀ କାରଣରୁ ପିଲାମାନେ କ୍ରମାଗତ ଭାବରେ ସେମାନଙ୍କ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ଅନଲାଇନରେ ପାଠପଢ଼ା ସହିତ ଅନଲାଇନରେ ପରୀକ୍ଷା ଦେବାକୁ ପଡୁଛି। କେବଳ ଏତିକି ନୁହେଁ, ପିଲାମାନେ ନିଜ ସାଙ୍ଗମାନଙ୍କୁ ଭିଡିଓ କଲରେ ହିଁ ଦେଖି ପାରୁଛନ୍ତି।

Advertisment

ଏହି କ୍ରମରେ ସ୍କୁଲ ଶିକ୍ଷକଙ୍କ ଦ୍ବାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ବି ପିଲାମାନେ ଅଦ୍ଭୁତ ଭାବେ ଦେଉଛନ୍ତି। ଏହାର ଏକ ଉଦାହରଣ ଇଣ୍ଟରନେଟରେ ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ପିଲା ବିଜ୍ଞାନ ପ୍ରଶ୍ନର ଏପରି ଭାବରେ ଉତ୍ତର ଦେଇଛନ୍ତି କି ଯାହାକୁ ପଢ଼ିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ବିଜ୍ଞାନ ଶିକ୍ଷକ ପରୀକ୍ଷାରେ ପିଲାଙ୍କୁ ନ୍ୟୁଟନଙ୍କର ଚତୁର୍ଥ ନିୟମ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତର ଜଣେ ଛାତ୍ର ଏକ ଅଜବ ଭାବରେ ଦେଇଛି। ସେ ତାର ଖାତାରେ ଲେଖିଛି, 'ଯେତେବେଳେ କରୋନା ସଂକ୍ରମଣ ବୃଦ୍ଧି ହୁଏ, ଅଧ୍ୟୟନ କମିଯାଏ ଏବଂ ଯେତେବେଳେ କରୋନା କମିଯାଏ, ଶିକ୍ଷା ବୃଦ୍ଧି ପାଇଥାଏ ।

ନ୍ୟୁଟନଙ୍କ ଚତୁର୍ଥ ନିୟମର ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଫଟୋକୁ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'କୋଭିଡ ସମୟରେ ନ୍ୟୁଟନ୍।'