ନୂଆଦିଲ୍ଲୀ: ସେ ପିଲା ହୁଅନ୍ତୁ ଅବା ବୁଢ଼ା, ଗୀତ ବାଜିବା ମାତ୍ରେ ସମସ୍ତେ ଗୀତର ତାଳେ ତାଳେ ଝୁମିଉଠନ୍ତି । ଠିକ୍ ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ସରକାରୀ ସ୍କୁଲ ସାର୍ ପ୍ରଶଂସା ସାଉଁଟିଛନ୍ତି । କ୍ଲାସ୍ ରୁମରେ ଶିକ୍ଷକଙ୍କ ନାଚ ଦେଖି କୁନିକୁନି ପିଲାମାନେ ତାଳି ବଜାଇ ଶିକ୍ଷକଙ୍କ ନାଚକୁ ଉପଭୋଗ କରିଥିଲେ । ପରେ ଶିକ୍ଷକଙ୍କ ନାଚରେ ତାଳଦେଇ ଦେଶଭକ୍ତି ଗୀତାରେ ପିଲାମାନେ ମଧ୍ୟ ନାଚିଥିଲେ ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ଜଣେ ଶିକ୍ଷକ କୁନିକୁନି ପିଲାମାନଙ୍କ ସହିତ ସ୍ୱାଧୀନତା ଦିବସ ପାଳନ କରିବା ସମୟରେ 'ଦେଶ ରଙ୍ଗୀଲା' ଗୀତରେ ଉତ୍ସାହର ସହିତ ନାଚୁଥିବା ଦେଖାଯାଉଛି । ସାର୍ ଯେଉଁଭଳି ଭାବରେ ଡ୍ୟାନ୍ସ ଷ୍ଟେପ୍ କରୁଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ମାସ ମାସ ଧରି ନାଚ ଅଭ୍ୟାସ କରୁଥିଲେ । ନହେଲେ ନାଚିବା ତାଙ୍କୁ ବହୁତ ପସନ୍ଦ । ପିଲାମାନେ ମଧ୍ୟ ଶିକ୍ଷକଙ୍କ ପ୍ରତ୍ୟେକ ଡ୍ୟାନ୍ସ ଷ୍ଟେପ୍କୁ ନକଲ କରି ନାଚିବାକୁ ଲାଗିଲେ । ଏପରି ଲାଗିଲା ଏହା କୌଣସି କ୍ଲାସ୍ ରୁମ୍ ନୁହେଁ ବରଂ ଏକ ଷ୍ଟେଜ୍ ଶୋ'। ଶିକ୍ଷକ ଓ କୁନିକୁନି ପିଲାଙ୍କ ମୁହଁରେ ଦେଶପ୍ରେମର ଉତ୍ସାହ ଦେଖିବାକୁ ମିଳିଥିଲା ।
ସାଧାରଣତଃ କ୍ଲାସ୍ ରୁମର ପରିବେଶ କେବଳ ପାଠପଢ଼ା ପର୍ଯ୍ୟନ୍ତ ସୀମିତ ଥାଏ, କିନ୍ତୁ ଏହି ଭିଡିଓଟି ପ୍ରମାଣ କରୁଛି ଯେ, ଜଣେ ଶିକ୍ଷକ ଚାହିଁଲେ ପିଲାମାନଙ୍କୁ ପାଠପଢ଼ା ସହିତ ଖୁସି ଓ ଦେଶପ୍ରେମର ପାଠ ପଢ଼ାଇପାରିବେ ।
ଭାଇରାଲ ଭିଡିଓଟିରେ, ଲୋକମାନେ କମେଣ୍ଟରେ ଶିକ୍ଷକଙ୍କ ଢେର ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, ଏପରି ଶିକ୍ଷକ ହେଉଛନ୍ତି ପ୍ରକୃତ ହିରୋ ଯିଏକି ପିଲାମାନଙ୍କୁ ପାଠପଢ଼ା ସହିତ ଏତେ ଖୁସି ଦେଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ଯଦି ପ୍ରତ୍ୟେକ ସ୍କୁଲରେ ଏପରି ଶିକ୍ଷକ ରହିବେ ତେବେ ପିଲାମାନେ କେବେବି ସ୍କୁଲ ଯିବାକୁ ବିରକ୍ତ ହେବେ ନାହିଁ । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି ।