ନୂଆଦିଲ୍ଳୀ: ଡିଜିଟାଲ୍‌ ଯୁଗରେ ଆପଣ ଇଣ୍ଟର୍‌ନେଟ୍‌ରେ ସବୁ କିଛି ପାଇପାରିବେ। ମନୋରଞ୍ଜନରୁ ନେଇ ଶିକ୍ଷା ପର୍ଯ୍ୟନ୍ତ କୌଣସି ବି ଜିନିଷର ଅଭାବ ନାହିଁ ଏଠା‌ରେ। ଇଣ୍ଟର୍‌ନେଟ୍‌ରେ ଅନେକ ସମୟରେ ଖରାପ ଭିିଡିଓ ଭାଇରାଲ୍‌ ହେଉଥିବା ବେଳେ କେବେ କେବେ ଖୁବ୍ ଶିକ୍ଷଣୀୟ ଭିଡିଓ ବି ସାମ୍ନାକୁ ଆସିଯାଏ।

Advertisment

ନିକଟରେ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟି ଭାଇରାଲ୍‌ ହେବା ପରେ ତାହାକୁ ବହୁ ସଂଖ୍ୟକ ଦର୍ଶକ ପସନ୍ଦ ବି କରୁଛନ୍ତି। ସୋସିଆଲ୍‌ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଜଣେ ଶିକ୍ଷୟିତୀ ତାଙ୍କ ଛାତ୍ରମାନଙ୍କୁ 'ଭଲ ସ୍ପର୍ଶ' ଏବଂ 'ଖରାପ ସ୍ପର୍ଶ'କୁ ନେଇ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଉଥିବାର ନଜର ଆସିଛନ୍ତି।

ଭିଡିଓରେ, ଶିକ୍ଷୟିତ୍ରୀ ଜଣକ ସରଳ ଭାଷା ଏବଂ କୌଶଳ ପ୍ରୟୋଗ କରି ଖୁବ୍‌ ଯତ୍ନର ସହ ପିଲାମାନଙ୍କୁ ବୁଝ‌ାଇ ଦେଉଛନ୍ତି। ଅଶାଳୀନ ଭାବେ ଆଲଙ୍ଗନ କରିବା କିମ୍ବା ଶରୀରର ସମ୍ବେଦନଶୀଳ ଅଙ୍ଗରେ ହାତ ବୁଲାଇବା ଆଦି ଖରାପ ସ୍ପର୍ଶ ବୋଲି ପିଲାଙ୍କୁ ବୁଝାଉଥିବା ବେଳେ ମୁଣ୍ଡରେ ହାତ ବୁଲାଇବା ଗାଲକୁ ଛୁଇଁ ଶ୍ରଦ୍ଧା କରିବା ଭଲ ସ୍ପର୍ଶ ବୋଲି କହୁଛନ୍ତି।

ସେ ପିଲାମାନଙ୍କୁ ଶିଖାଇବା ପାଇଁ ସେମାନଙ୍କ ପରୀକ୍ଷା ବି ନେଉଛନ୍ତି। କିଛି ପିଲାଙ୍କୁ ଜାଣି ଜାଣି ଅଶାଳୀନ ଭାବେ ସ୍ପର୍ଶ କରୁଛନ୍ତି। ଛାତ୍ରଛାତ୍ରୀମାନେ ଏହାକୁ ଖରାପ ବା ବ୍ୟାଡ୍‌ ଟଚ୍‌ ବୋଲି କହି ପ୍ରତିବାଦ କରୁଛନ୍ତି। ତାପରେ ଶିକ୍ଷୟିୟୀ ସେମାନଙ୍କୁ ପ୍ରଶଂସା କରୁଛନ୍ତି।

ଏହି ଭିଡିଓଟିକୁ ସେୟାର୍‌ କରାଯିବା ସହ କ୍ୟାପସନରେ ଲେଖା ଅଛି, "ଏହି ଶିକ୍ଷୟିତ୍ରୀ ପ୍ରସିଦ୍ଧ ହେବା ଯୋଗ୍ୟ। ଏହା ସମଗ୍ର ଭାରତର ସମସ୍ତ ବିଦ୍ୟାଳୟରେ ନକଲ କରାଯିବା ଉଚିତ୍। ଏହାକୁ ଯଥାସମ୍ଭବ ସେୟାର୍‌ କରନ୍ତୁ।’’ ଭିଡିଓଟିକୁ ଏବେ ସୁଧା୧.୫ ମିଲିୟନ୍ ଥର ଦେଖାଯାଇଛି।