ଛୁଟିରେ ପରିବାର ସହିତ ବୁଲିବାକୁ ଯାଇଥିବା ସମୟରେ ଶିକ୍ଷକ ପାର୍କରୁ ପାଇଲେ ୨୦୧୯ର ସବୁଠାରୁ ବଡ଼ ହୀରା

ନୂଆଦିଲ୍ଲୀ: କାର୍ଯ୍ୟବ୍ୟସ୍ତତା ଭିତରେ ଛୁଟି ମିଳିଲେ ସମସ୍ତେ ବାହାରକୁ ବୁଲି ଯିବାକୁ ପସନ୍ଦ କରିଥାଆନ୍ତି। ଅନେକ ସମୟରେ ଲୋକମାନେ ପରିବାର ସହିତ ଛୁଟି କାଟିବାକୁ ବିଭିନ୍ନ ସ୍ଥାନକୁ ଯାଇଥାଆନ୍ତି। କିନ୍ତୁ ଥରେ ଭାବି ଦେଖନ୍ତୁ ତ, ବୁଲିବାକୁ ଯାଇ ହଠାତ ଲକ୍ଷାଧିକ ଟଙ୍କାର ହୀରା ଆପଣ ଯଦି ପାଉଛନ୍ତି ତେବେ ସେ ଅନୁଭବ କିପରି .ହୋଇଥିବ ! ଏମିତି ଏକ ଘଟଣା ଜଣେ ସ୍କୁଲ ଶିକ୍ଷକଙ୍କ ସହିତ ଘଟିଛି। ଯିଏକି ନିଜ ପରିବାର ସହିତ ଛୁଟି କାଟିବା ପାଇଁ ଯାଇଥିଲେ। ଏହି ଟ୍ରିପ୍‌ ସମୟରେ ସେ ୨.୧୨ କ୍ୟାରେଟର ଏକ ହୀରା ପାଇଥିଲେ।

.oneindia

ଆମେରିକାର ଅରକାନ୍‌ସାସ୍‌ ଷ୍ଟେଟ ପାର୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ, ୩୬ବର୍ଷୀୟ ଜଣେ ସ୍କୁଲ ଶିକ୍ଷକ ଜୋସ ଲାନିକ ନିଜ ପରିବାର ସହିତ ଛୁଟି କଟାଇବାକୁ ଯାଇଥିଲେ। ଅରକାନ୍‌ସାସ୍‌ ମିସିସିପି ନଦୀର ସୀମା ନିକଟରେ ଥିବା ଏକ ଦକ୍ଷିଣ ଆମେରିକୀୟ ରାଜ୍ୟ। ଜୁଲାଇ ୨୪ରେ ଜୋସ୍‌ କ୍ରେଟର ଅଫ ଡାଇମଣ୍ଡ ପାର୍କରେ ପରିବାର ସହିତ ପହଞ୍ଚିଥିଲେ। ଜୋସ୍‌ ଲାନିକ ଏହି ପାର୍କରେ ପାଖାପାଖି ଦୁଇଘଣ୍ଟାର ସମୟ ବିତାଇଥିଲେ।

.oneindia

ଏହି ସମୟରେ ସେ ଗୋଟିଏ ସ୍ଥାନରେ ଏକ ଚମକୁଥିବା ସାମଗ୍ରୀ ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିଲା ବେଳକୁ ୨.୧୨ କ୍ୟାରଟର ସବୁଜ ରଙ୍ଗର ମୂଲ୍ୟବାନ ହୀରା ପାଇଥିଲେ। ତେବେ ଏହା ପ୍ରକୃତରେ ହୀରା କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ‘ଡାଇମଣ୍ଡ ଡିସ୍‌କଭରି ସେଣ୍ଟର’ରେ ପହଞ୍ଚିଥିଲେ। ତେବେ ଏହାର ଯାଞ୍ଚ ପରେ ଜଣାପଡ଼ିଲା ସେ ୨୦୧୯ ମସିହାର ସବୁଠାରୁ ବଡ଼ ହୀରା ପାଇଛନ୍ତି।

ସମ୍ବନ୍ଧିତ ଖବର