ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଜାତୀୟ ଶିକ୍ଷା ନୀତି-୨୦୨୦କୁ ମଞ୍ଜୁରି ମିଳିଛି। ଏହା ଦେଶର ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପରିବର୍ତ୍ତନ ଆଣିପାରିବ। ୨୦୩୦ ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପ ଏହି ଶିକ୍ଷାନୀତିକୁ ପ୍ରସ୍ତୁତ କରାଯାଇଛି। ଦେଶର ସମସ୍ତ ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ବାଧ୍ୟତାମୂଳକ ହେବ ବୋଲି କେନ୍ଦ୍ର ସରକାର ଦେଶରେ ନୂଆ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ କରିବା ଅବସରରେ ପ୍ରକାଶ କରିଛନ୍ତି। ଏହି ନୂଆ ଶିକ୍ଷାନୀତିରେ ଶିକ୍ଷାର ଆଙ୍ଗିକ ବିକାଶର ଅନେକ ଦିଗ ଉପରେ ଗୁରୁତ୍ବାରୋପ କରାଯାଇଛି। ଭାରତ ସରକାର ଆଣିଥିବା ନୂତନ ଶିକ୍ଷାନୀତିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Advertisment

ଦେଶର ସମସ୍ତ ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ମାତୃଭ‌ାଷା କିମ୍ବା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ବାଧ୍ୟତାମୂଳକ କରାଯିବ। କେତେକ ସ୍ଥଳେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ କରାଯିବ। ସଂସ୍କୃତ ଭାଷାକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଇ ପ୍ରତି ଶ୍ରେଣୀ‌ରେ ସଂସ୍କୃତ ଶିକ୍ଷା ପ୍ରଦାନ କରାଯିବ। ମାଧ୍ୟମିକ ସ୍କୁଲ୍‌ ସ୍ତରରେ ବିଭିନ୍ନ ବୈଦେଶିକ ଭାଷାର ଶିକ୍ଷାଦାନ କରାଯିବ।

ଦେଶର ଦକ୍ଷିଣ ରାଜ୍ୟଗୁଡ଼ିକ ଅଭିଯୋଗ କରିଥିଲେ, ସେମାନଙ୍କ ସ୍କୁଲମାନଙ୍କରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ ଭାବେ ଲଦି ଦିଆଯାଉଛି। ଏହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ଦକ୍ଷିଣ ଭାରତୀୟ ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନ ଶିକ୍ଷାନୀତିରେ ଦକ୍ଷିଣ ଭାରତୀୟଙ୍କ ଏ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇଛି।

୧୦ +୨ ଢାଞ୍ଚାକୁ ପରିବର୍ତ୍ତନ କରି ଏହା ସ୍ଥାନରେ ୫+୩+୩+୪ ଢାଞ୍ଚାର ପ୍ରୟୋଗ କରାଯିବ। ନୂଆ ଶିକ୍ଷାନୀତି ଅନୁଯାୟୀ, ମୋଟ ୧୫ ବର୍ଷର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ୧୨ ବର୍ଷ ସ୍କୁଲ ଏବଂ ୩ ବର୍ଷ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷାଦାନ (ପ୍ରାକ୍‌ ସ୍କୁଲ) କରାଯିବ। ଏହି ନୂଆ ଢାଞ୍ଚା ଅନୁସାରେ, ୩ ବର୍ଷରୁ ୮ ବର୍ଷ ମଧ୍ୟରେ ଫାଉଣ୍ଡେସନ ଷ୍ଟେଜ୍‌, ୮ରୁ ୧୧ ବର୍ଷ ମଧ୍ୟରେ ପ୍ରାକ୍‌ ପ୍ରାଥମିକ, ୧୧ରୁ ୧୪ ବର୍ଷ ମଧ୍ୟରେ ‌ପ୍ରିପାରେଟୋରି ଷ୍ଟେଜ୍‌ ଏବଂ ୧୪ରୁ ୧୮ ବର୍ଷ ମଧ୍ୟରେ ସେକେଣ୍ଡାରି ଷ୍ଟେଜ୍‌ ରହିବ। ଛାତ୍ରଛାତ୍ରୀମାନେ ଏହି ୪ଟି ପର୍ଯ୍ୟୟ ଦେଇ ଅଧ୍ୟୟନର ସୁବିଧା ପ୍ରାପ୍ତ କରିବେ।

publive-image India.com

ପ୍ରତିବର୍ଷ ପରୀକ୍ଷା କରାଯିବ ନାହିଁ। ଛାତ୍ରଛାତ୍ରୀମାନେ ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ କେବଳ ପରୀକ୍ଷା ଦେଇପାରିବେ। ଅନ୍ୟ ଶ୍ରେଣୀମାନଙ୍କ ପାଇଁ ପରୀକ୍ଷା ବଦଳରେ ଛାତ୍ରଛାତୀମାନଙ୍କର ଉପଯୁକ୍ତ ମୂଲ୍ୟାୟନ କରାଯାଇ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ।

ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷାର ବ୍ୟବସ୍ଥା ରହିବ। ତେବେ ନୂଆ ବୋର୍ଡ ପରୀକ୍ଷାର ଢାଞ୍ଚାଗତ ପରିବର୍ତ୍ତନ କରାଯିବ।

ଛାତ୍ରଛାତ୍ରୀମାନଙ୍କ ଉପରୁ ପାଠର ବୋଝ କମାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ବହୁ ବିଷୟକ ଏବଂ ବହୁଭାଷୀ ଶିକ୍ଷା ଉପରେ ଗୁରୁତ୍ବାରୋପ କରାଯିବ। କଳା ଓ ବିଜ୍ଞାନ, ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ ମଧ୍ୟରେ ବିଶେଷ କିଛି ପୃଥକ ରହିବ ନାହିଁ।

ଆଇଆଇଟି (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି) ଭଳି ଶିକ୍ଷାକ୍ଷେତ୍ରକୁ ସାମଗ୍ରିକ ଶିକ୍ଷା ଢାଞ୍ଚାରେ ପକାଯିବ। ଆଇଆଇଟି ଶିକ୍ଷାରେ କଳା, ସଂସ୍କୃତି ଭଳି ଶିକ୍ଷା ସାମିଲ ହେବ।

ଜାତୀୟ ଶିକ୍ଷାନୀତି-୨୦୨୦ ଏକ ୪ ବର୍ଷିଆ ନିମ୍ନ ସ୍ନାତକ କାର୍ଯ୍ୟକ୍ରମ ସ୍ଥିର କରିଛି। ଚାରି ବର୍ଷ ଶିକ୍ଷା ସମାପ୍ତ ପରେ ଛାତ୍ରଛାତ୍ରୀଙ୍କୁ ଏକ ବହୁ ବିଷୟକ ଡିଗ୍ରି ପ୍ରଦାନ କରାଯିବ।

ଉଚ୍ଚ ଶିକ୍ଷାକୁ ନିୟନ୍ତ୍ରଣ ଓ ପରିଚାଳନା କରିବା ଉଦ୍ଦେଶ୍ୟରେ ଏକ ‘ଏଚ୍‌ଇସିଆଇ’ (ହାୟର ଏଜୁକେଶସନ କାଉନ୍‌ସିଲ ଅଫ୍‌ ଇଣ୍ଡିଆ) ଗଠନ କରାଯିବ।

ଏଚ୍‌ଇସିଆଇର ୪ଟି ସ୍ବାଧୀନ ସ୍ତମ୍ଭ ରହିବ। ସେଗୁଡ଼ିକ ହେଲେ- ଏନ୍‌ଏଚ୍‌ଇଆର୍‌ସି (ନ୍ୟାସନାଲ ହାୟର ଏଜୁକେଶନାଲ ରେଗୁଲେଟୋରି କାଉନ୍‌ସିଲ ଫର୍‌ ରେଗୁଲେସନ, ଜିଇସି (ଜେନେରାଲ ଏଜୁକେଶନ କାଉନ୍‌ସିଲ), ଏଚ୍‌ଇଜି (ହାୟର ଏଜୁକେଶନ ଗ୍ରାଣ୍ଟ୍‌ସ)