ବିରାଟ କୋହଲିଙ୍କ ପାଖରେ ଥିବା ଏହି ଜିନିଷର ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ସବୁବେଳେ ତାଙ୍କର ଷ୍ଟାଇଲିସ୍ ଅନ୍ଦାଜ ପାଇଁ ପ୍ରଶଂସକମାନଙ୍କର ପ୍ରଶଂସା ସାଉଁଟିଥାନ୍ତି । ଖାଲି ସେତିକି ନୁହେଁ, ଦୁନିଆର ଜଣେ ଧନୀ କ୍ରିକେଟ୍ ଭାବେ ମଧ୍ୟ କୋହଲି ବେଶ ଜଣାଶୁଣା । ହେଲେ ଆଜି ଆମେ ଆପଣଙ୍କୁ ଏପରି କଥା କହିବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

କୋହଲିଙ୍କ ପାଖରେ ଅନେକ ଆକର୍ଷଣୀୟ ଜିନିଷ ରହିଛି । ହେଲେ ସେ ଏକ ବିଶେଷ ପ୍ରକାରର ହାତ ଘଣ୍ଟା ପିନ୍ଧିଥାନ୍ତି, ଯାହାର ଦାମ ଆପଣ କଳ୍ପନା ବି କରିନଥିବେ । ବିରାଟଙ୍କ ଘଣ୍ଟାରେ ସୁନା ଓ ହୀରାର କାରୁକାର୍ଯ୍ୟ ରହିଛି । ଆଉ ଏହାର ଦାମ ହେଉଛି ପ୍ରାୟ ୭୦ ଲକ୍ଷ ଟଙ୍କା । ଏହି ଘଣ୍ଟାର ବିଶେଷତ୍ୱ ହେଉଛି ଏହା ଦେଖିବାକୁ ଯେପରି ଆକର୍ଷଣୀୟ ଏହାର ଷ୍ଟାଇଲ୍ ମଧ୍ୟ ସେହିପରି । ବିରାଟ ଓ ଅନୁଷ୍କା ସାଙ୍ଗ ହୋଇ ବୁଲୁଥିବାବେଳେ ବିରାଟଙ୍କ ହାତରେ ଏହି ଘଣ୍ଟା ଅଧିକାଂଶ ଥର ଦେଖିବାକୁ ମିଳିଛି ।

Indian Skipper Virat Kohli Owns Some Of The Most Expensive Collection Of  Rolex Watches | PINKVILLA

ଖାଲି ଘଣ୍ଟା ନୁହେଁ, ବିରାଟ କୋହଲିଙ୍କର ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍ ମଧ୍ୟ ରହିଛି, ଯାହାକୁ ସେ ୨୦୧୬ ମସିହାରେ କିଣିଥିଲେ । ୭୧୭୧ ବର୍ଗଫୁଟ୍ ଅଞ୍ଚଳରେ ଥିବା ଏହି ଫ୍ଲାଟରେ ୩୫ଟି ଫ୍ଲୋର ରହିଛି । ଏହାର ବିଶେଷତ୍ୱ ହେଲା ଏହି ଆପାର୍ଟମେଣ୍ଟରୁ ସାରା ମୁମ୍ବାଇ ସହର ଏବଂ ଆରବ ସାଗର ଭଲ ଭାବେ ଦିଶିଥାଏ । ଏହାର ଦାମ ହେଉଛି ପାଖାପାଖି ୩୪ କୋଟି ଟଙ୍କା ।

ସମ୍ବନ୍ଧିତ ଖବର