ନୂଆଦିଲ୍ଳୀ: ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ । ଆପଣ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ମଜାଦାର ଘଟଣାରୁ ନେଇ ଅନେକ ଶିକ୍ଷଣୀୟ ଜିନିଷ ଦେଖିବାକୁ ପାଇବେ । ନିକଟରେ ଟ୍ବିଟର୍ରେ ମହିନ୍ଦ୍ରା ଏକ ରୋଡ୍ ପ୍ୟାଚର ଭିଡିଓ କ୍ଲିପ୍ ସେୟାର୍ କରିଛନ୍ତି, ଯାହାକି ରାସ୍ତାରେ ଥିବା ଖାଲଗୁଡ଼ିକୁ ମରାମତି କରିଥାଏ । ଟିଉବରେ ପ୍ୟାଚ ପକାଇଲା ଭଳି ରାସ୍ତାରେ ପ୍ୟାଚ ପଡ଼ୁଥିବାର ଭିଡିଓ ସେ ସେୟାର କରିଛନ୍ତି।
ଆମେରିକାରେ ରାସ୍ତା ମରାମତି ଲାଗି ବ୍ୟବହୃତ ଟେକନଲଜି ଭାରତ ପାଇଁ ଆବଶ୍ୟକ ବୋଲି ଅନୁଭବ କରିଛନ୍ତି ଆନନ୍ଦ ମହିନ୍ଦ୍ରା । ସେ ଟୁଇଟରେ ଏକ ଆମେରିକୀୟ କମ୍ପାନୀ ରୋଡ୍ ପ୍ୟାଚର ଏକ ଉତ୍ପାଦର ବିଜ୍ଞାପନକୁ ସେୟାର କରିଛନ୍ତି । ଏହା ଏକ ଭଲ ସଡ଼କ-ମରାମତି ବିକଳ୍ପ ବୋଲି ସେ କହିଛନ୍ତି । ଏହି କ୍ଲିପ୍ ସେୟାର କରି ମହିନ୍ଦ୍ରା କହିଛନ୍ତି ଯେ, "ଏହା ଏକ ଅଭିନବ ଉପାୟ, ଯାହା ଭାରତ ପାଇଁ ଜରୁରୀ ଅଟେ । କିଛି ବିଲଡିଂ / ନିର୍ମାଣ ସାମଗ୍ରୀ କମ୍ପାନୀ ଏହାକୁ ଅନୁକରଣ କରିବା ଆବଶ୍ୟକ ।’’
I’d say this is an innovation that’s essential for India. Some building/construction material company needs to either emulate this or collaborate with this firm and get it out here pronto! pic.twitter.com/LkrAwIOP1x
— anand mahindra (@anandmahindra) August 3, 2022
ଏହି କ୍ଲିପ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ୧ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଜଣେ ବ୍ୟବହାରକାରୀ ଏକ ଇମୋଜି ସହିତ କହିଛନ୍ତି, "ଏହା ଚମତ୍କାର " । ମହିନ୍ଦ୍ରାଙ୍କ ମତରେ ଅନେକ ସହମତ ହୋଇଥିବା ବେଳେ ଏପରି ସମ୍ଭବ ହେବ ବୋଲି କେହି ଭାବି ନଥିଲେ । ଆଉ ଜଣେ ବ୍ୟକ୍ତି ମଧ୍ୟ କହିଛନ୍ତି ଯେ, “ଭାରତର ସଡ଼କର ଅବସ୍ଥା ଯାହା ଏହା କୌଣସି ସମାଧାନ ନୁହେଁ । କାରଣ ଏଠାରେ ରାସ୍ତାରେ ଯେଊଁ ପ୍ରକାରର ଖାଲ ଅଛି ତାହା ମରାମତି କରିବା ସହଜ ନୁହେଁ। ’’