ପ୍ରସବର ୨ବର୍ଷ ପରେ ଗର୍ଭାଶୟରୁ ବାହାରିଲା ଦାନ୍ତ ଓ କେଶ, ଅଲଟ୍ରାସାଉଣ୍ଡ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ନୂଆଦିଲ୍ଲୀ: ବେଳେ ବେଳେ କିଛି ଏଭଳି ଘଟଣା ଘଟେ, ଯାହାକୁ ସହଜରେ ବିଶ୍ବାସ କରିବା ସହଜ ହୋଇନଥାଏ। ଠିକ ସେଭଳି ଘଟଣା ଘଟିଛି ଆମେରିକାରେ। ଏଠାରେ ଜଣେ ମହିଳାଙ୍କ ଗର୍ଭାଶୟରୁ ଦାନ୍ତ ଏବଂ କେଶ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପେଟରେ ଯନ୍ତ୍ରଣା ହେବା ସହ ଗର୍ଭବତୀ ଥିବା ଭାବି ମହିଳା ଅଲଟ୍ରାସାଉଣ୍ଡ କରାଇବା ପରେ ଏହା ସାମ୍ନାକୁ ଆସିଛି।

aajtak

ଡାକ୍ତରଙ୍କ କହିବା ମୁତାବକ, ମହିଳା ଗର୍ଭାଶୟରେ କୁକୁଡାର ଅଣ୍ଡା ଭଳି ସିଷ୍ଟ ବାହାରିଛି, ଯାହାକୁ ‘ଡରମଏଡ ସିଷ୍ଟ’ କୁହାଯାଏ। ଏହି ସିଷ୍ଟରେ ଦାନ୍ତ ଏବଂ କେଶ ମିଳିଛି। ମହିଳାଜଣକ ୨ଟି ପିଲାର ମା’। ଶେଷ ଥର ସେ ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭସ୍ଥ ଟିସୁର କିଛି ଅଂଶ ଅଲଗା ହୋଇଯାଇଥିଲା। ଏହା ପରେ ତାହା ‘ଡରମଏଡ ସିଷ୍ଟ’ରେ ପରିଣତ ହୋଇଯାଇଥିଲା। ପ୍ରସବ ପରେ ଏହା ଧିରେ ଧିରେ ବଢ଼ିବା ସହ ମହିଳାଙ୍କୁ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା। ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଅଲଟ୍ରାସାଉଣ୍ଡ କରାଇବାରୁ ଅସଲ କଥା ସାମ୍ନାକୁ ଆସିଲା। ଏବେ ଅସ୍ତ୍ରୋପଚାର କରାଯାଇ ସିଷ୍ଟକୁ ହଟାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର