ତୁ ଏତେ ବାଟରୁ ଆସିଛୁ, ତୋ ଦେହରେ କରୋନା ଭୂତାଣୁ ଥିବ ! ଏଭଳି କହି ୨ ମାସ ପରେ ଫେରିଥିବା ୮୦ବର୍ଷର ମା’କୁ ଘରେ ଭର୍ତ୍ତି କରାଇବାକୁ ମନା କରିଦେଲା ପୁଅ

କରିମନଗର:  ମରିଗଲାଣି କି ମାନବିକତା ? କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଲୋକ ନିଜ ମାନବିକତା ଭୁଲିବାରେ ଲାଗିଛନ୍ତି | କରୋନା  ଦେଶକୁ ଲକଡାଉନ କରିବା ସହ ରକ୍ତ ସମ୍ପର୍କକୁ ମଧ୍ୟ ଲକଡାଉନ କରି ଦେଇଛି। ଏଭଳି ଏକ ଉଦାହରଣ ତେଲେଙ୍ଗାନାରେ ଦେଖିବାକୁ ମିଳିଛି | ତେଲେଙ୍ଗାନାର କରିମନଗରରେ ଅମାନବିକତାର ଏକ ଦୃଶ୍ୟ ଦେଖିବାକୁ ମିଳିଛି | ମା’ ଓ ପୁଅ ମଧ୍ୟରେ ଥିବା ସମ୍ପର୍କରେ ବାଧା ସାଜିଛି କରୋନା | ସଂକ୍ରମଣ ଭୟରେ ନିଜର ୮୦ବର୍ଷୀୟା ବୃଦ୍ଧା ମା’କୁ ଘର ଭିତରକୁ ଆସିବାକୁ ନ ଦେବା ସହ ପୁଅ କବାଟ ବନ୍ଦ କରିଦେବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି |

ପୁଅର ଏଭଳି ବ୍ୟବହାରର ଶିକାର ହୋଇଥିବା  ବୃଦ୍ଧାଙ୍କ ନାଁ କଟା ଶ୍ୟାମଲା।  ସେ ଶୁକ୍ରବାର ଶୋଲାପୁରରୁ ନିଜ ଘରକୁ ଫେରିଥିଲେ | ଲକଡାଉନ ପୂର୍ବରୁ ଶ୍ୟାମଲା ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ | ପରେ ଲକଡାଉନ ଘୋଷଣା ହେବାରୁ ସେ ସେଠାରେ ଫସି ରହିଥିଲେ | ଏବେ ସରକାର ଯାତାୟତକୁ ଅନୁମତି ଦେବାରୁ ଶ୍ୟାମଲା ଏକ କାର ଯୋଗେ ହାଇଦ୍ରାବାଦ ଆସିବା ସହ ସେଠାରୁ ବସ ଯୋଗେ ନିଜ ଘର କରିମନଗର ଆସି ପହଞ୍ଚିଥିଲେ |

Katta Shyamala sits in front of her son’s house in Karimnagar

ଏତେ ଦିନ ନିଜ ପୁଅ ଓ ପରିବାରଠାରୁ ଶ୍ୟାମଲା ଦୂରରେ ରହିଥିବା ବେଳେ ସେମାନଙ୍କୁ ଭେଟିବା ପାଇଁ ସେ ଘର ବାହାରେ ପହଞ୍ଚିବା ପରେ କବାଟ ବନ୍ଦ କରିଦେଇଥିଲା ପୁଅ | ତୁ ଏତେ ବାଟରୁ ଆସିଛୁ, ତୋ ଭିତରେ କରୋନା ଭୂତାଣୁ ଥାଇ ପାରେ ବୋଲି କହି ଶ୍ୟାମଲାଙ୍କୁ ତାଙ୍କ ପୁଅ ଭିତରକୁ ଯିବାକୁ ଦେଇ ନଥିଲେ | ହାତରେ ହୋମ କ୍ଵାରେଣ୍ଟାଇନର ଷ୍ଟାମ୍ପ ଥାଇ ମଧ୍ୟ ତାଙ୍କ ପୁଅ ନିଜ ୮୦ବର୍ଷର ବୃଦ୍ଧା ମା’କୁ ବାହାରେ ବସିବାକୁ ବାଧ୍ୟ କରିଦେଇଥିଲେ | ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଟାଣ ଖରାରେ ବସି ରହିବା ସହ ସ୍ଥାନୀୟ ବାସିନ୍ଦା ଏବଂ କର୍ପୋରେଟରଙ୍କ ପରାମର୍ଶ ପରେ ଶ୍ୟାମଲାଙ୍କ ପୁଅ ତାଙ୍କୁ ଘର ଭିତରକୁ ନେବାକୁ ରାଜି ହୋଇଥିଲା |

ସମ୍ବନ୍ଧିତ ଖବର