କରୋନା ଛଡ଼ାଇ ନେଲା ଚାକିରି; ପତ୍ନୀଙ୍କ ସହ ମିଶି ଇଡଲି-ସମ୍ବର ଦୋକାନ ଦେଲେ ଶିକ୍ଷକ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଗତ ମାର୍ଚ୍ଚ ୨୪ ତାରିଖରୁ ଲକଡାଉନ ଜାରି କରାଯାଇଥିଲା। କରୋନା ମହାମାରୀ ସମୟରେ ଅନେକ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିବା ବେଳେ ଅନେକ ନିଜ ଜୀବିକା ହରାଇଛନ୍ତି। ତେଲେଙ୍ଗାନାରେ କରୋନା ଓ ଲକଡାଉନ ଯୋଗୁଁ ଜଣେ ଶିକ୍ଷକଙ୍କ ଚାକିରୀ ଚାଲି ଯାଇଛି । ଚାକିରି ହରାଇବା ପରେ ଶିକ୍ଷକ ଜଣକ ଭାଙ୍ଗି ନ ପଡ଼ି କାହା ଉପରେ ନିର୍ଭର ନ କରି ବାଧ୍ୟ ହୋଇ ରାସ୍ତାରେ ଏକ ଇଡଲି-ସମ୍ବରର ଠେଲା ଲଗାଇଛନ୍ତି। ଏହି ଠେଲାରୁ ଯେତିକି ରୋଜଗାର କରୁଛନ୍ତି ସେଥିରେ ଶିକ୍ଷକ ଜଣକ ତାଙ୍କ ପରିବାର ଭରଣପୋଷଣ କରୁଛନ୍ତି ।

ପ୍ରକାଶିତ ରିପୋର୍ଟ ମୁତାବକ, ଉକ୍ତ ଶିକ୍ଷକଙ୍କ ନାମ ରାମବାବୁ ମାରାଗାନି ବୋଲି ଜଣାପଡ଼ିଛି। ତେଲେଙ୍ଗାନା ଖମ୍ମର ସହରସ୍ଥିତ ଏକ ଘରୋଇ ସ୍କୁଲରେ ରାମବାବୁ ମାରାଗାନ ଶିକ୍ଷକ ଥିଲେ। କରୋନା ଯୋଗୁଁ ସେ ତାଙ୍କ ଚାକିରି ହରାଇ ଦେଇଛନ୍ତି। ଚାକିରି ହରାଇବା ପରେ ରାମବାବୁ ହାରି ନଯାଇ ଆତ୍ମନିର୍ଭରଶୀଳ ହେବାକୁ ସ୍ଥିର କରିଥିଲେ। ସେ ତାଙ୍କ ଧର୍ମପତ୍ନୀଙ୍କ ସହ ମିଶି ରାସ୍ତା କଡରେ ଠେଲା ଲଗାଇ ଏବେ ଇଡଲି-ସମ୍ବର ବିକ୍ରି କରୁଛନ୍ତି।


ANI

ଶିକ୍ଷକଙ୍କ ଏହି ଠେଲା ଲଗାଇ ସମ୍ବର-ଇଡଲି ବିକ୍ରି କରିବାର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଦମ୍ପତ୍ତିଙ୍କୁ ପ୍ରଶଂସା କରିବା ସହ ଜଣେ ୟୁଜର ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ‘କର୍ମ ହିଁ ପୂଜା’ । ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ‘କୌଣସି ବି କାମ ଛୋଟ କିମ୍ବା ବଡ଼ ନୁହେଁ । ସବୁ କାମକୁ ସମ୍ମାନ ଦେବା ଉଚିତ ’ । ଏହି ପୋଷ୍ଟକୁ ଏଯାବତ ୨ହଜାର ଲାଇକ୍‌ ମିଳିବା ସହିତ ୩୦୦ରୁ ଅଧିକ ଥର ରି-ଟୁଇଟ କରାଯାଇସାରିଲାଣି।

ସମ୍ବନ୍ଧିତ ଖବର