ପ୍ରତିଦିନ ୫୨ ସେକେଣ୍ଡ ପାଇଁ ଅଟକି ଯାଆନ୍ତି ଏହି ସହରର ଲୋକେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରତିଦିନ ୫୨ ସେକେଣ୍ଡ ପାଇଁ ଅଟକି ଯାଆନ୍ତି ଲୋକେ। ବିଦେଶରେ ନୁହେଁ ଭାରତର ତେଲେଙ୍ଗାନାରେ ଏକ ସହର ରହିଛି ଯେଉଁଠାରେ ପ୍ରତିଦିନ ସକାଳେ ଲୋକମାନେ ଜାତୀୟ ସଙ୍ଗୀତ ପାଇଁ ବାଟରେ ଅଟକି ଯାଆନ୍ତି। ନଲଗୋଣ୍ଡା ତେଲେଙ୍ଗାନାର ଏକ ଜଣାଶୁଣା ସହର ଏବଂ ଏହି ସହର ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ କରିବାର ଧାରା ବଜାୟ ରଖିଛି। ପ୍ରତ୍ୟେକ ଦିନ ସହରର ୧୨ଟି ପ୍ରମୁଖ ଜଙ୍କସନରେ ଜାତୀୟ ସଂଗୀତ ଗାନ କରାଯାଏ। ଠିକ୍ ୮.୩୦ ରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ସମସ୍ତ ନାଗରିକ ସମ୍ମାନର ସହିତ ଛିଡା ହୋଇ ଜାତୀୟ ସଂଗୀତ ଗାନ କରନ୍ତି।

ଏହି ସମୟରେ କେହି ଜାତି ଧର୍ମ ବା ବର୍ଣ୍ଣ ଦେଖେ ନାହିଁ। ଜାତୀୟ ସଙ୍ଗୀତ ବାଜିବା ମାତ୍ରେ ସବୁ ଧର୍ମର ଲୋକ ଏକତ୍ରିତ ହୋଇ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି। ଏହି ପଦକ୍ଷେପ ଜାନୁଆରି ୨୩, ୨୦୨୧ ରେ ଆରମ୍ଭ ହୋଇଥିଲା ଏବଂ ଜନ ଗଣ ମନ ଉତ୍ସବ ସମିତିର ଅଧ୍ୟକ୍ଷ କର୍ଣ୍ଣୀ ବିଜୟ କୁମାର ଏବଂ ତାଙ୍କ ସାଙ୍ଗମାନେ ଏହି ଧାରା ଆରମ୍ଭ କରିବାରେ ଜଡିତ ଥିଲେ। ଜାତୀୟ ସଙ୍ଗୀତ ଗାନ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମକୁ ଆହୁରି ଉତ୍ସାହିତ କରିବ ବୋଲି ଭାବି ନଲଗୋଣ୍ଡାରେ ଏହି ଅଭିଯାନ ଆରମ୍ଭ ହୋଇଛି।

National Anthem
aajtak

ଏହି ଧାରା ନଲଗୋଣ୍ଡାରେ ଜାରି ରହିଥିବା ସହ ଏହାର ଚାରିପାଖରେ ଥିବା ଅନ୍ୟାନ୍ୟ ଛୋଟ ସହରକୁ ମଧ୍ୟ ଏହା ପ୍ରଭାବିତ କରିଛି।

ସମ୍ବନ୍ଧିତ ଖବର