ନୂଆଦିଲ୍ଲୀ: ‘ରଖେ ହରି ମାରେ କିଏ’ ଏକ ଲୋକକଥା ଅଛି। ଏହି ଲୋକକଥାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିବାକୁ ପାଇଛେ। ନିକଟରେ ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ‘ଦଇବ ‌ହେଲା ସାହା ବଞ୍ଚିଲା ମହିଳାଙ୍କ ଜୀବନ।’
ଏହି ଘଟଣା ତେଲେଙ୍ଗାନାର ବିକରାବାଦ ଜିଲ୍ଲା ବଶୀରବାଦ ରେଳ ଷ୍ଟେସନ ନିକଟରେ ଥିବା ରେଳ ଧାରଣାରେ ଘଟିଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି, ଧାରଣାରେ ଏକ ମାଲ ଗାଡ଼ି ଥିବା ବେଳେ ଜଣେ ମହିଳା ଉକ୍ତମାଲ ଗାଡ଼ି ତଳେ ପଶି ଅପରପାର୍ଶ୍ବକୁ ଯିବାକୁ ଚେଷ୍ଟା କରୁଛନ୍ତି।

Advertisment

ଠିକ ଏତିକି ବେଳେ ମାଲଗାଡ଼ିଟି ଗଡ଼ିବା ଆରମ୍ଭ କରିଥିଲା। ଯାହାକୁ ଦେଖି ମହିଳା ଜଣକ ଭୟଭୀତ ହୋଇ କ’ଣ କରିବେି କିଛି ବୁଝି ପାରି ନଥିଲେ।  ଭବବାନଙ୍କୁ ଡାକି ଉପସ୍ଥିତ ବୁଦ୍ଧି ଖଟାଇ ମାଲଗାଡ଼ି ଗଡ଼ିବା ଆରମ୍ଭ କରିଥିବା ଧାରଣା ମଝିରେ ଶୋଇପଡ଼ିଥିଲେ।

କିଛିସମୟ ପରେ ମାଲଗାଡ଼ିଟି ଧାରଣାରୁ ଚାଲିଯିବା ପରେ ମହିଳାଙ୍କୁ ସୁରକ୍ଷିତ ଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତଲୋକ ଚିକିତ ହୋଇଯାଇଥିଲେ। ଭଗବାନଙ୍କ ଦୟାରୁ ମହିଳା ଦ୍ବିତୀୟ ଜନ୍ମ ପାଇଥିବା ଲୋକେ କହୁଛନ୍ତି।  

ଅଧିକପଢ଼ନ୍ତୁ  ଦୁଷ୍କର୍ମକାରୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ