ବୃଦ୍ଧି ପାଉଥିବା କରୋନାଭାଇରସ ସଂକ୍ରମଣକୁ ନେଇ ଭାରତବାସୀ ଭୟଭୀତ; ଭଗବାନ ଶିବଙ୍କୁ ମାସ୍କ ପିନ୍ଧାଇ, ସ୍ପର୍ଶ ନକରିବାକୁ ଭକ୍ତଙ୍କୁ ଅନୁରୋଧ

ବାରାଣାସୀ: ସମଗ୍ର ବିଶ୍ୱରେ କରୋନାଭାଇରସ୍‌କୁ ନେଇ ଭୟର ବାତାବରଣ ଖେଳି ଯାଇଛି। ଭାରତରେ ଏଯାବତ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୬୩ଟି ପହଞ୍ଚିଛି। ଏଭଳି ପରିସ୍ଥିତିରେ ବାରାଣାସୀର ବ୍ରହ୍ମାଦେଶ୍ୱର ମନ୍ଦିର ପୂଜାରୀ ଭଗବାନ ଶିବଙ୍କୁ ମାସ୍କ ପିନ୍ଧାଇଛନ୍ତି। ଏଥିସହିତ ଭଗବାନ ଶିବଙ୍କୁ କୌଣସି ଭକ୍ତ ସ୍ପର୍ଶ ନକରିବାକୁ ଗୁହାରି କରିଛନ୍ତି।

ବ୍ରହ୍ମାଦେଶ୍ୱର ମହାଦେବ ମନ୍ଦିର ପୂଜାରୀ କୃଷ୍ଣା ଆନନ୍ଦ ପାଣ୍ଡେଙ୍କ କହିବାନୁସାରେ, ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ୍‌ ପୂରା ଦେଶକୁ ବ୍ୟାପି ଯାଇଛି। ଲୋକମାନଙ୍କୁ ଏହି ଭାଇରସ୍‌ ପ୍ରତି ଜାଗୃତ କରିବା ପାଇଁ ଆମେ ଭଗବାନ ଶିବଙ୍କୁ ମାସ୍କ ପିନ୍ଧାଇଛୁ। ଏଥିସହିତ ଯେପରି କୌଣସି ଭକ୍ତ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବେ ନାହିଁ ସେଥିପାଇଁ ସେମାନଙ୍କୁ ଗୁହାରି ବି କରିଛୁ। କେବଳ ଏତିକି ନୁହେଁ ମନ୍ଦିର ଅସୁଥିବା ସମସ୍ତ ଭକ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହି ଘଟଣାକୁ ନେଇ ଭକ୍ତମାନେ କହନ୍ତି, ଭଗବାନ ସୁରକ୍ଷିତ ରହିଲେ, ଆମେ ସୁରକ୍ଷିତ ରହିବୁ।

Image result for temple-have-been-covered-with-a-mask
India Today

ବୁଧବାର ଭାରତର କେରଳରୁ ୮ଜଣ, ମହାରାଷ୍ଟ୍ରରୁ ୫ଜଣ, କର୍ଣ୍ଣାଟକରୁ ୪ଜଣ ଏବଂ ଜମ୍ମୁ ଓ କଶ୍ମୀରରୁ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଛି। ନୂଆ ୧୮ଟି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ମିଶାଇ ଏଯାବତ ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟ ୬୨କୁ ବୃଦ୍ଧି ପାଇଛି। ବିଶ୍ୱରେ ଏଯାବତ ଏହି କୋଭିଡ୍‌-୧୯ କାରଣରୁ ୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ମାରାତ୍ମକ କରୋନାଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧୬ହଜାରରେ ପହଞ୍ଚି ଯାଇଛି।

ସମ୍ବନ୍ଧିତ ଖବର