ମୁରାଦାବାଦ୍: ସୋସିଆଲ୍ ମିଡିଆରେ ଷ୍ଟାର୍ ବନିବା ଇଚ୍ଛାରେ ଅଧିକାଂଶ ସମୟରେ କିଛି ଲୋକ ସୀମା ଭୁଲିଯାଆନ୍ତି। କିଛି ଲୋକ ଲାଇକ୍ ଓ କମେଣ୍ଟ୍ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ଏପରି ଏକ ମାମଲା ଉତ୍ତରପ୍ରଦେଶର ମୁରାଦାବାଦଠାରେ ଦେଖିବାକୁ ମିଳିଛି। ଜଣେ ମହିଳା ପୁଲିସ୍ ବର୍ଦି ପରିଧାନ କରି ଇନ୍ଷ୍ଟାଗ୍ରାମ୍ ରିଲ୍ସ କରିଥିବା ଦେଖିବାକୁ ମିଳିଛି। ମହିଳାଙ୍କର ଉକ୍ତ ରିଲ୍ଟି ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି।
ରିଲ୍ରେ ମହିଳା ପୁଲିସ୍ ଜଣକ ଭିନ୍ନ ଭିନ୍ନ ବଲିଉଡ୍ ଡାଇଲଗ୍ରେ ଭିନ୍ନ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ଏହି ରିଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାର ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଣେ ସୋସିଆଲ୍ ମିିଡିଆ ବ୍ୟବହାରକାରୀ ଏହି ରିଲ୍କୁ ପୋଷ୍ଟ୍ କରି ମୁରାଦାବାଦ୍ ପୁଲିସ୍କୁ ଟ୍ୟାଗ୍ କରିବା ପରେ ଏହାର ଯବାବରେ ଆସିଛି, ‘ଏହିର ତଦନ୍ତ ଚାଲିଛି, ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ମହିଳା ପୁଲିସ୍ ଜଣକ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଅନେକ ଧରଣର ଭିଡିଓ ପୋଷ୍ଟ୍ କରିଥିଲେ ବି ପୁଲିସ୍ବର୍ଦି ପରିଧାନ କରି ସେ କରିଥିବା ‘ତେରେ ପ୍ୟାର୍ ମେଁ ହୋ ଯାଉଁ ଫନା’ ଗୀତର ରିଲ୍ଟି ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିିଥିଲା।
ମହିଳା ପୁଲିସ୍ଙ୍କର ଏହି ଭିଡିଓ ଭାଇରାଲ୍ ଘଟଣାରେ ଏସ୍ଏସ୍ପି କହିଛନ୍ତି କି ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଗଲାଣି। ଖୁବ୍ ଶୀଘ୍ର ପୂରା ଘଟଣାର ଯାଞ୍ଚ୍ ହେବ।’
ତେବେ ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ବି ଅମରୋହାର ଜଣେ ମହିଳା ପୁଲିସ୍ଙ୍କର ଏପରି ଏକ ଭିଡିଓ ସାମ୍ନାକୁ ଆସିଥିଲା।