ୱାଶିଂଟନ: ଓସ୍କାର ବିଜେତା ନାଟୁ ନାଟୁ ଗୀତ ଏବେ ବିଶ୍ୱର କୋଣଅନୁକୋଣରେ ଧୁମ୍ ମଚାଉଛି । ପିଲାଠାରୁ ବୁଢାଯାଏଁ ସମସ୍ତଙ୍କ ମଧ୍ୟରେ ଏହି ଗୀତର କ୍ରେଜ ଦେଖିବାକୁ ମିଳୁଛି। ନାଟୁ ନାଟୁ ଗୀତକୁ ନେଇ ସୋସିଆଲ ମିଡିଆରେ ଲୋକେ ରିଲ୍ସ କରିବା ବି ଆରମ୍ଭ କରିଛନ୍ତି।
ଏହି କ୍ରମରେ ଟେସଲା କାର ବି ନାଟୁନାଟୁ ଗୀତରେ ଝୁମିଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଏକ ପାର୍କିଂରେ ୧୦୦ରୁ ଅଧିକ ଟେସଲା କାର ପାର୍କିଂ ହୋଇଛି। ଏହି ସମସ୍ତ ଗାଡ଼ିରେ ଚାଳକ ବସିଛନ୍ତି। ଯେମିତି ନାଟୁନାଟୁ ଗୀତ ବାଜୁଛି, ଗାଡ଼ିରେ ବସିଥିବା ସମସ୍ତ ଚାଳକ ଗୀତର ତାଳ ସହିତ ଟେସଲା କାରକୁ ନଚାଉଛନ୍ତି।
.@Teslalightshows light sync with the beats of #Oscar Winning Song #NaatuNaatu in New Jersey 🤩😍
Thanks for all the love. #RRRMovie @Tesla @elonmusk pic.twitter.com/wCJIY4sTyr
— RRR Movie (@RRRMovie) March 20, 2023
ଟେସଲା କାରରେ ନାଟୁନାଟୁ ଗୀତର ଲାଇଟ୍ ସୋ’ ହୋଇଛି ବୋଲି କୁହାଯାଉଛି। ଗୀତର ତାଳେ ତାଳେ ଚାଳକମାନେ କାର ଲାଇଟଗୁଡ଼ିକୁ ଜଳାଇ ପୁଣି ବନ୍ଦ କରି ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମ ସନ୍ଧ୍ୟାରେ ଆୟୋଜିତ କରାଯାଇଥିବାରୁ ଦେଖିବାକୁ ଅଧିକ ଆକର୍ଷଣୀୟ ଲାଗିଥିଲା।
ନାଟୁନାଟୁ ଗୀତରେ ଟେସଲା କାରର ଲାଇଟ ସୋ’ ଭିଡିଓ ‘ଆରଆର’ ଫିଲ୍ମର ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ଆମେରିକାର ନ୍ୟୁ ଜର୍ସି ସହରରେ ଟେସଲା କାରକୁ ପାର୍କିଂ କରି ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଟେସଲା କାର କମ୍ପାନି।
ଏହି ଘଟଣା ପୂର୍ବରୁ ଆମେରିକାର ତିନିଜଣ ପୁଲିସ ହୋଲି ଦିନ ନାଟୁନାଟୁ ଗୀତର ତାଳେତାଳେ ନୃତ୍ୟ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା।