ବୈଷୟିକ ଜ୍ଞାନକୌଶଳ ଲୋକଙ୍କ ସହ ମିଳାମିଶାକୁ ପୂର୍ବାପେକ୍ଷା ସହଜ କରିଦେଇଛି, ଏପରିକି ନିଜର ପ୍ରେମିକପ୍ରେମିକାଙ୍କୁ ଧୋକାଦେବାରେ ମଧ୍ୟ। ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ପ୍ରେମକୁ ନେଇ ବିଶ୍ବାସର ସଙ୍କଟ ଦେଖାଦେଇଛି। ଏବେ ନିଜ ପ୍ରେମିକ ବା ପ୍ରେମିକର ବିଶ୍ବସନୀୟତା ପରୀକ୍ଷା ପାଇଁ ଏକ ପ୍ରକାର ଅନ୍‌ଲାଇନ୍‌ ସେବା ଉପଲବ୍ଧ ହେଲାଣି। ‘ଲୟାଲିଟି ଟେଷ୍ଟିଂ’ ନାମକ ଏହି ସେବା ଚଳିତ ବର୍ଷ ପ୍ରାରମ୍ଭରେ ଭିଏତନାମ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଉପଲବ୍‌ଧ ହୋଇଥିଲା। ଭିଏତନାମରେ ସବୁଠୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ହେଉଛି ଫେସବୁକ୍‌। ସେଥିରେ ଏପରି ଶହ ଶହ ପ୍ରେମୀ ମିଳିପାରିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଗଣାରେ ସେବା ଯୋଗାଇ ଦେଉଛନ୍ତି।

Advertisment

ଏହି ସେବାରେ ଜଣେ ପରୀକ୍ଷାକାରୀ ସାମାଜିକ ଗଣମାଧ୍ୟମରେ ‘ଟାର୍ଗେଟ୍‌’ (ପ୍ରେମୀ) ସହିତ ମିଳାମିଶା ପାଇଁ ନିବେଦନ କରୁଛନ୍ତି। ତା’ପରେ ତାଙ୍କ ସହ ପ୍ରେମ ବନ୍ଧନରେ ବାନ୍ଧି ହେବାକୁ ଚେଷ୍ଟା କରୁଛନ୍ତି। ‘ଟାର୍ଗେଟ୍‌’ ଜଣକ ଯେବେ ନିଜକୁ ଏକଲା ବୋଲି କହି ସେ ଘରୁ ମଧ୍ୟ ତାଙ୍କ ସହିତ ଛୁ’ ମାରିବାକୁ ପ୍ରସ୍ତୁତ ଥିବା ଜଣାନ୍ତି, ସେତେବେଳେ ସେ ନିଜ ପ୍ରେମୀଙ୍କୁ ଧୋକା ଦେଉଛନ୍ତି ବୋଲି ପ୍ରମାଣିତ ହୋଇଯାଏ। ଏଥିରୁ ସାଥୀ ଜଣକ ଅସଲରେ ଭଲ ପାଉଛନ୍ତି ନା ନାହିଁ ତାହା ଧରା ପଡ଼ିଯାଉଛି। ତେବେ ସାଥୀଙ୍କ ବିଶ୍ବସନୀୟତା ପରୀକ୍ଷଣ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇବାର ଆଶଙ୍କା ରଖୁଛି ବୋଲି ମନୋବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି।