କୋଭିଡ୍‌-୧୯ ଚିକିତ୍ସା ପାଇଁ କୌଣସି ବେସରକାରୀ ହସ୍ପିଟାଲ୍‌ ଯାଉଥିଲେ ସାଥୀରେ ନିଅନ୍ତୁ ଏହିି ସବୁ ସାମଗ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦେଶରେ ବୃଦ୍ଧି ପାଇ ଚାଲିଥିବା ବେଳେ ଏହାକୁ ନେଇ ଲୋକଙ୍କ ଭିତରେ ସଚେତନତା ବି ବୃଦ୍ଧି ପାଉଛି। କରୋନା ଏକ ଡରିବା ପରି ରୋଗ ନ ହେଲେ ବି ଏହାକୁ ସାହାସର ସହ ମୁକାବିଲା କରିବାର ଆବଶ୍ୟକତା ରହିଛି। ଯଦି ଆପଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ତେବେ କେଉଁ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଓ କିପରି ଚିକିତ୍ସିତ ହେଲେ ତାହାକୁ ମୁକାବିଲା କରାଯାଇପାରେ ସେ ପ୍ରଶ୍ନ ମନରେ ନିଶ୍ଚୟ ଆସିଥିବ। ଖାଲି ସେତିକି ନୁହେଁ, ହସ୍ପିଟାଲ୍‌କୁ ଯିବା ପୂର୍ବରୁ କେଉଁ ସଚେତନତା ସବୁ ଅବଲମ୍ବନ କରିବା ଉଚିତ ତାହା ବି ଜାଣିବା ଜରୁରୀ।

: ଆପଣ ଯଦି କୌଣସି ବେସରକାରୀ ହସ୍ପିଟାଲ୍‌କୁ ଯାଉଛନ୍ତି ତେବେ ପ୍ରଥମେ ନିଜ ସ୍ବାସ୍ଥ୍ୟ ବୀମାର ଫାଇଦା ଉଠାନ୍ତୁ। ଏକ ଭଲ ହସ୍ପିଟାଲ୍‌ରେ କରୋନା ଚିକିତ୍ସା ପାଇଁ ଆପଣଙ୍କୁ ପାଖାପାଖି ୩.୫ ଲକ୍ଷ ଟଙ୍କା ଲାଗିପ‌ାରେ।

BD Biosciences

: ଆପଣ ନିଜର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯେପରି ଆଧାରକାର୍ଡ, ଆଇଡି କାର୍ଡ ଓ କୋଭିଡ୍‌ ରିପୋର୍ଟ ଆଦି ସାଥୀରେ ନେବାକୁ ଭୁଲନ୍ତୁ ନାହିଁ।

: ନିଜ ସାଥିରେ ପାଣି ବୋତଲ୍‌, ବିସ୍କୁଟ୍‌, ଆବଶ୍ୟକୀୟ କପଡ଼ା, ବ୍ରସ୍‌ ଓ ଟୁଥ୍‌ପେଷ୍ଟ୍‌ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ଭୁଲନ୍ତୁ ନାହିଁ।

: ସାଥିରେ ନିଜ ମନ ପସନ୍ଦର କିଛି ପୁସ୍ତକ ନିଅନ୍ତୁ। ହସ୍ପିଟାଲ୍‌ରେ ଦୀର୍ଘ ଦିନ ପଡ଼ି ରହିଲେ ଆପଣ ବିରକ୍ତ ହୋଇଯିବେ ନିଶ୍ଚୟ। ସେହି କାରଣରୁ ସାଥିରେ ପୁସ୍ତକ ନେଇଗଲେ ଭଲ।

: ଆପଣ ନିଜର ମନୋରଞ୍ଜନ ପାଇଁ ସାଥିରେ ଫୋନ୍‌ ଓ ଲାପ୍‌ଟପ୍‌ ପରି ଡିଭାଇସ୍‌ ବି ନେଇପାରିବେ।

ସମ୍ବନ୍ଧିତ ଖବର