ନୂଆଦିଲ୍ଲୀ: ବିଶ୍ବରେ ଏମିତି ସ୍ଥାନମାନ ଅଛି ଯାହାକୁ ଦେଖିଲେ ଭୟ ଲାଗିଥାଏ। କିନ୍ତୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।

Advertisment

ନିକଟରେ ଦ ଅନେକ୍ସପେଲଣ୍ଡ ନାମକ ଟୁଇଟର ହ୍ୟାଣ୍ଡେଲ ଏହି ଅଦ୍ଭୁତ ଗୁମ୍ଫାର କିଛି ଫଟୋ ସେୟାର କରାଯାଇଛି। ଯାହାକୁ ପ୍ରଥମ ନଜରରେ ଦେଖି ଏକ ବିଶାଳ ଅଜଗର ସାପ ଥିବା ଭଳି ଲାଗୁଛି। ଏହି ଗୁମ୍ଫାର ଦ୍ବାର ଯେ ବିଶାଳ ସାପ ଭଳି ରହିଛି ତାହା ନୁହେଁ ଏହାର ଚଟାଣ ମଧ୍ୟର ସାପ ଶରୀର ପରି ଅବିକଳ ରହିଛି।

ଟୁଇଟର ହ୍ୟାଣ୍ଡେଲ ମୁତାବକ, ଏହି ଗୁମ୍ଫା ଥାଇଲ୍ୟାଣ୍ଡର ପୂର୍ବଉତ୍ତରରେ ଥିବା ବୁଏଙ୍ଗା କାନ ନାମକ ଅଞ୍ଚଳରେ ଅବସ୍ଥିତ। ଏହି ଗୁମ୍ଫା ନାଗ ଗୁମ୍ଫା ନାମରେ ନାମିତ ରହିଛି।  ଟୁଇଟରରେ ପୋଷ୍ଟ ହୋଇଥିବା ଏହି ଭୟାବହ ଗୁମ୍ଫାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଫଟୋକୁ ୨୫୬.୪ ହଜାର ଲୋକ ଦେଖିସାରିଛନ୍ତି।

ବିଶାଳ ଅଜଗର ସାପ ଗୁଡ଼ାଇ ହୋଇ ରହିଥିବା ଭଳି ଲାଗୁଥିବା ଏହି ଗୁମ୍ଫାର ପୋଷ୍ଟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ବହୁମାତ୍ରାରେ ସେୟାର ବି କରୁଛନ୍ତି।

ତେବେ ଏହି ଗୁମ୍ଫାଟି କେବେର, ଏଭଳି ସାପ ଆକୃତିର ଗୁମ୍ଫା ପଛର କିମ୍ବଦନ୍ତୀ କ’ଣ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।