ପ୍ଲାଷ୍ଟିକ ବ୍ୟାନ୍ ହେବା ପରେ ଦୋକାନରୁ ଜିନିଷ ଆଣିବା ପାଇଁ ଏଭଳି ବାଟ ଆପଣାଇଛନ୍ତି ଥାଇଲାଣ୍ଡବାସୀ

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ରାଜ୍ୟରେ ଏବେ ଲୋକେ ପ୍ଲାଷ୍ଟିକ ପରିବର୍ତ୍ତେ ପତ୍ର ବ୍ୟବହାର କରୁଥିବାର ଦେଖାଯାଇଥିବା ବେଳେ ଥାଇଲାଣ୍ଡବାସୀଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶରେ ପ୍ଲାଷ୍ଟିକ୍ ବ୍ୟାନ୍ ହେବା ପରେ ଥାଇଲାଣ୍ଡବାସୀ ଯେଉଁଭଳି ଭାବରେ ‌ଦୋକାନରୁ ଜିନିଷ କିଣି ଘରକୁ ଆଣୁଛନ୍ତି, ତାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଥାଇଲାଣ୍ଡବାସୀଙ୍କ ସୃଜନଶୀଳତା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଥାଇଲାଣ୍ଡରେ ଥିବା ବଡ଼ ବଡ଼ ତେଜରାତି ଦୋକାନ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଗ୍ରାହକମାନେ ମଧ୍ୟ ଏଭଳି ପକ୍ଷେପକୁ ଖୁସିର ସହ ଗ୍ରହଣ କରିଛନ୍ତି। ପ୍ଲାଷ୍ଟିକ ବ୍ୟାନ୍ ହେବା ପରେ ଲୋକେ ଜିତିଷ କିଣିବା ପାଇଁ  ଘରୁ ପ୍ଲାଷ୍ଟିକ୍ ବାଲଟି, ଅଖା, ଘରେ ପକ୍ଷୀକୁ ରଖାଯାଉଥିବା ଯନ୍ତା ଇତ୍ୟାଦି ଧରି ପହଞ୍ଚୁଥିବା ଦେଖାଯାଇଛି। କିଛି ଫଟୋ ଏବେ ଟୁଇଟର ଜରିଆରେ ସାମ୍ନାକୁ ଆସିଥିବା ବେଳେ ଥାଇଲାଣ୍ଡବାସୀଙ୍କ ଏଭଳି ପ୍ରୟାସକୁ ଲୋକେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର