ମୁସଲମାନ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ୍ଦ ହେଲା ମନ୍ଦିରର ଉତ୍ସବ

ତିରୁବନନ୍ତପୁରମ: ଭାଇଚାରା ଆଗରେ ଫିକା ପଡିଲା ପରମ୍ପରା | ମନ୍ଦିର ପାଖରେ ରହୁଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କର ମୃତ୍ୟୁ ପରେ ସ୍ଥଗିତ ରହିଲା ମନ୍ଦିରର ଉତ୍ସବ | ତାଙ୍କ ମୃତ୍ୟୁ ପରେ ବାହାରିବାକୁ ଥିବା ଶୋଭାଯାତ୍ରାକୁ ମଧ୍ୟ ବନ୍ଦ ରଖାଯାଇଛି | କେରଳର ମାଲାପୁରାମ ଜିଲ୍ଲାର ତିରୁର ଅଞ୍ଚଳରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ​​|

ସୂଚନା ମୁତାବକ ତିରୁରରେ ଥିବା ଥ୍ରିପାନ୍ନାଗୋଡ୍ ବେରାନଚିରା ପୁନାସେରି ମନ୍ଦିରର ପରିଚାଳନା କମିଟି ଏହି ଅଞ୍ଚଳରେ ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମନ୍ଦିରରେ ଚାଲିଥିବା ଥାଲାପୋଲି ଉତ୍ସବକୁ ତୁରନ୍ତ ବନ୍ଦ କରି ଦେଇଥିଲେ । ଏହି ଉତ୍ସବ ସମୟରେ ବାହାରିବାକୁ ଥିବା ଏକ ଶୋଭାଯାତ୍ରା(ଶୋଭାଯାତ୍ରା ସମୟରେ ମହିଳା ଓ ଶିଶୁମାନେ ଚାଉଳରେ ପରିପୂର୍ଣ୍ଣ ଏକ ପ୍ଲେଟରେ ଦୀପ ଜାଳନ୍ତି)କୁ ମଧ୍ୟ ବନ୍ଦ କରାଯାଇଛି | ମୃତ ବ୍ୟକ୍ତି ଜଣକ ଜଣେ କାଠ ବ୍ୟବସାୟୀ ଥିଲେ ଏବଂ ମନ୍ଦିର ନିକଟରେ ରହୁଥିଲେ। କୁହାଯାଏ ଯେ ମନ୍ଦିର କମିଟି ସଦସ୍ୟଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା।

ମୃତ୍ୟୁର ଖବର ଯେତେବେଳେ ମନ୍ଦିରରେ ପହଞ୍ଚିଥିଲା ​​ସେତେବେଳେ ଉତ୍ସବକୁ ତୁରନ୍ତ ସ୍ଥଗିତ ରଖାଯାଇଥିଲା | ମନ୍ଦିର କମିଟିର ସଦସ୍ୟମାନେ ମୃତକଙ୍କ ଘରେ ପହଞ୍ଚି ସମବେଦନା ଜଣାଇଥିଲେ | ଏହାପୂର୍ବରୁ ମଧ୍ୟ ମାଲାପୁରମରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ଦେଖିବାକୁ ମିଳିଛି। ଅକ୍ଟୋବର ୨୦୨୦ ରେ, ଜୁମା ମସଜିଦ୍ ପକ୍ଷରୁ ମାଲାପୁରାମର ମୁଥୁଭାଲୁର ପଞ୍ଚାୟତରେ ଥିବା ଏକ ମନ୍ଦିର ପାଇଁ ଜମି ଦାନ କରାଯାଇଥିଲା | ମନ୍ଦିର ପାଇଁ ଆବଶ୍ୟକ ରାସ୍ତା ତିଆରି ଏହି ଜମି ଦାନ କରାଯାଇଥିଲା | ଯାହାଦ୍ୱାରା ଛୋଟ ପାହାଡ ଉପରେ ଅବସ୍ଥିତ ମନ୍ଦିର ପାଇଁ ରାସ୍ତା ନିର୍ମାଣ ହେବା ଦ୍ୱାରା ଭକ୍ତମାନେ ଉପକୃତ ହୋଇଥିଲେ।

ସମ୍ବନ୍ଧିତ ଖବର