ଗତ ୧୦ ତାରିଖରେ ମୁକ୍ତିଲାଭ କରିଥିବା ନୂଆ ଓଡ଼ିଆ ସିନେମା ‘ତୋର ମୋର ପ୍ରେମ’ରେ ନାୟକ କରଣ ଓ ନାୟିକା ଜାସ୍ମିନଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ ତୁଷାର କେ ସିହ୍ନା। ଏଥିରେ କରଣ ଭୂମିକାରେ ତୁଷାର ଓ ଜାସ୍ମିନ ଭୂମିକାରେ ନଜର ଆସିଛନ୍ତି ପୁଣ୍ୟତୋୟା। ତେବେ ନାୟିକା ପୁଣ୍ୟତୋୟାଙ୍କର ଏହା ପ୍ରଥମ ନୁହେଁ, ଦ୍ବିତୀୟ ଓଡ଼ିଆ ଛବି।
ଏବେ ବି ସେ ଅପେକ୍ଷା କରିଛନ୍ତି ତାଙ୍କର ପ୍ରଥମ ଛବିର ରିଲିଜ୍କୁ। ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଲାଇଫ୍ ପାର୍ଟନର୍’ ହେଉଛି ପୁଣ୍ୟତୋୟାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସନେମା। ଏଥିରେ ତାଙ୍କୁ ନାୟକ ଦୁଷ୍ମନ୍ତଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହି ଛବିର ସେନସର୍ କାମ ବି ସରିଛି, କେବଳ ରିଲିଜ୍ ହେବା ବାକି। ଦେଖାଯାଉ, କେବେ ‘ଲାଇଫ୍ ପାର୍ଟନର୍’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ଏବଂ ପୁଣ୍ୟତୋୟାଙ୍କର ଅପେକ୍ଷାର ଅନ୍ତ ଘଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/01/gdagdzvvc-2025-11-01-01-21-02.jpg)