କେଉଁ ଉତ୍ତର ମିସ୍‌ ଫିଲିପ୍ପିନ୍‌ସ୍‌ କାଟ୍ରିଓନା ଗ୍ରେ’ଙ୍କୁ ମିସ୍‌ ୟୁନିଭର୍ସ ୨୦୧୮ ମୁକୁଟ ପିନ୍ଧାଇଲା

0

ନୂଆଦିଲ୍ଲୀ: ୨୦୧୮ ବର୍ଷ ପାଇଁ ମିସ୍‌ ୟୁନିଭର୍ସ ବିଜୟିନୀ ହେଲେ ମିସ୍‌ ଫିଲିପ୍ପିନ୍‌ସ୍‌ କାଟ୍ରିଓନା ଗ୍ରେ। ୯୩ଟି ଦେଶରୁ ଆସିଥିବା ପ୍ରତିଯୋଗିନୀମାନଙ୍କୁ ଟପି ଫିଲିପ୍ପିନ୍‌ସ୍‌ର ଏହି ସୁନ୍ଦରୀ ନାରୀ ମିସ୍‌ ୟୁନିଭର୍ସ ଟାଇଟଲ୍‌ ଜିଣିଛନ୍ତି।

ମିସ୍‌ ୟୁନିଭର୍ସ ହେବା ଖାଲି ସୌନ୍ଦର୍ଯ୍ୟର ବିଷୟ ନୁହେଁ, ଦରଦୀ, ବିଦୂଷୀ ଏବଂ ଅତି ଉତ୍ତମ ମଣିଷ ହେବା ଆବଶ୍ୟକ। ଏ ସବୁ ମିସ୍‌ ଫିଲିପ୍ପିନ୍‌ଙ୍କୁ ପଚାରା ଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିଫଳିତ ହୋଇଥିଲା।

ଚୂଡ଼ାନ୍ତ ପର୍ଯ୍ୟାୟରେ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନଟି ଥିଲା:

ଜୀବନରୁ ତୁମେ କି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଲାଭ କରିଛି ଏବଂ ଜଣେ ମିସ୍‌ ୟୁନିଭର୍ସ ଭାବେ ତାକୁ କିଭଳି ବ୍ୟବହାର କରିବ?

କାଟ୍ରିଓନା ଗ୍ରେ’ଙ୍କ ଉତ୍ତର ଥିଲା:

ଟୋଣ୍ଡୋ, ମାନିଲାର ବସ୍ତିଗୁଡ଼ିକରେ ମୁଁ ଅନେକ କାମ କରିଛି। ଜୀବନ ସେଠାରେ ଦରିଦ୍ର ଓ ଖୁବ୍‌ ଦୁଃଖୀ। ସେଥିରେ ସୌନ୍ଦର୍ଯ୍ୟ ଦେଖିବାକୁ; ପିଲାମାନଙ୍କ ମୁହଁରେ ସୌନ୍ଦର୍ଯ୍ୟ ଦେଖିବା ଏବଂ କୃତଜ୍ଞ ହେବାକୁ ମୁଁ ସର୍ବଦା ନିଜକୁ ନିଜେ କହିଛି। ଜଣେ ମିସ୍‌ ୟୁନିଭର୍ସ ଭାବେ, ଆଶାବାଦୀ ହୋଇ ଦେଖିବା ନିମନ୍ତେ ମୁଁ ଏଇ ପରିସ୍ଥିତିକୁ ଉପସ୍ଥାପନ କରିବି। ଯଦି ମୁଁ କୃତଜ୍ଞ ହେବା ନିମନ୍ତେ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି ତେବେ ଆମେ ଗୋଟାଏ ଚମତ୍କାର ପୃଥିବୀ ପାଇବା ଯେଉଁଠି ନକାରାତ୍ମକତା ଉଧାଉ ପାରିବ ନାହିଁ; ପିଲାଏ ମୁହଁରେ ହସ ଉକୁଟାଇ ପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.