ଏକ ୫୫୫.୫୫ କ୍ୟାରେଟ୍ ଓଜନ ବିଶିଷ୍ଟ କଳା ହୀରାର ଅନ୍ଲାଇନ୍ ନିଲାମ ପ୍ରକ୍ରିୟା ଚାଲିଛି ଯାହା ଯେତିକି ବିରଳ ସେତିକି ରହସ୍ୟମୟ। ‘ଏନିଗ୍ମା’ ନାମକ ଏହି ହୀରା ପ୍ରକୃତିରୁ ମିଳୁଥିବା ହୀରାମାନଙ୍କ ମଧ୍ୟରେ କଠିନତମ। ଏହା ପ୍ରାୟ ୨.୬ରୁ ୩.୨ ଅର୍ବ ବର୍ଷ ପୁରୁଣା- ଯାହା ପୃଥିବୀରେ ଡାଇନୋସର ବିଚରଣ କରୁଥିବା ସମୟରୁ ମଧ୍ୟ ପୁରାତନ! ଆମ ପୃଥିବୀର ବୟସ (୪.୬୫ ଅର୍ବ ବର୍ଷ) ସହିତ ଏହା ତୁଳନୀୟ। ଏପରି କଳା ହୀରା ଏତେ ବିରଳ ଯେ ଏଗୁଡ଼ିକୁ ଆଜି ପର୍ଯ୍ୟନ୍ତ କେବଳ ବ୍ରାଜିଲ ଓ କେନ୍ଦ୍ରୀୟ ଆଫ୍ରିକାରେ ଆବିଷ୍କାର କରାଯାଇଛି। ସେହିପରି ଏହି ହୀରରେ ଓସ୍ବୋର୍ନାଇଟ୍ ନାମକ ଖଣିଜ ରହିଛି ଯାହା କେବଳ ଉଲ୍କା ପିଣ୍ଡରେ ଉପସ୍ଥିତ ଥାଏ। ତେଣୁ ଏହି ହୀରା ମହାକାଶରେ ସୃଷ୍ଟି ହୋଇଥାଏ କିମ୍ବା ପୃଥିବୀ ପୃଷ୍ଠରେ ଉଲ୍କା ଆଘାତ ଯୋଗୁଁ ସୃଷ୍ଟି ହୁଏ ବୋଲି ଅନେକ ବିଶ୍ବାସ କରନ୍ତି। କେହି କେହି କୁହନ୍ତି ଯେ ଏଗୁଡ଼ିକ ପୃଥିବୀର ଗର୍ଭରେ ସୃଷ୍ଟି ହୋଇଥାଏ। କିନ୍ତୁ ବାସ୍ତବରେ ଏହାର ସୃଷ୍ଟି କେଉଁଠି ତାହା ଏ ଯାଏଁ ଏକ ରହସ୍ୟ ହୋଇ ରହିଛି। ଏହି ବିରଳ ହୀରାଟିକୁ ଏଭଳି ଭାବେ କଟାଯାଇଛି ଯେ ଏହାର ୫୫ଟି ମୁହଁ ରହିଛି। ଏହି ହୀରାଟି ଛଅ ମିଲିୟନ୍ ଡଲାର୍ରୁ ଊର୍ଦ୍ଧ୍ବ ମୂଲ୍ୟରେ ନିଲାମ ହେବ ବୋଲି ଆଶା କରାଯାଉଛି।
ନିଲାମ ହେବ ରହସ୍ୟମୟ କଳା ହୀରା
/sambad/media/post_attachments/wp-content/uploads/2022/02/black-diamond.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)