୨୨ ବର୍ଷୀୟ ଗଣେଶ ବରୈୟା ଯାବତୀୟ ପ୍ରତିବନ୍ଧ ଅତିକ୍ରମ କରି ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଛନ୍ତି। ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ ଏବଂ ଓଜନ ୧୮ କିଲୋଗ୍ରାମ୍‌। ସେ ‘ନିଟ୍‌’ ପରୀକ୍ଷାରେ ଭଲ ନମ୍ବର ରଖିବା ସତ୍ତ୍ବେ ୨୦୧୮ରେ ଗୁଜରାଟ ସରକାର ତାଙ୍କୁ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ଅନୁମତି ଦେଇ ନଥିଲେ। ସେ କିନ୍ତୁ ପରାଜୟ ସ୍ବୀକାର କରି ନଥିଲେ। ଏ ନେଇ ସେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଏବଂ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ନିକଟରେ ସେ ଏମ୍‌ବିବିଏସ୍‌ ପଢ଼ା ସାରି ଭାବନଗର ମେଡିକାଲ କଲେଜରେ ଇଣ୍ଟର୍ନସିପ୍‌ ଆରମ୍ଭ କରିଛନ୍ତି। କମ୍ ଉଚ୍ଚତା ଯୋଗୁଁ ରୋଗୀଙ୍କ ଚିକିତ୍ସା ବେଳେ ଅଳ୍ପ ସମସ୍ୟା ହେଉଥିଲେ ହେଁ ଦୃଢ଼ ମନୋବଳ ଯୋଗୁଁ ସେ ଲୋକଙ୍କର ମନ ଜିଣିବାରେ ସଫଳ ହେଉଛନ୍ତି। ଏଥି ସହିତ ଗଣେଶ ଏବେ ପୃଥିବୀର ସବୁଠୁ ଗେଡ଼ା ଡାକ୍ତର ସ୍ବୀକୃତି ପାଇବାର ଦାବିଦାର ପାଲଟିଛନ୍ତି।