ନୂଆଦିଲ୍ଲୀ: ଭାରତରେ ରାଜା-ମହାରାଜାଙ୍କ ଇତିହାସ ଖୁବ୍ ରୋଚକ ରହିଛି। ଆମେ ଇତିହାସର ବୀର ଓ ଯୋଦ୍ଧାଙ୍କ ବିଷୟରେ ଶୁଣିଲେ ତାଙ୍କ ବିଷୟରେ ବିଭିନ୍ନ କଳ୍ପନା କରିଥାଉ। ଯେବେ ବି ଆମେ କୌଣସି ମ୍ୟୁଜିୟମକୁ ଯାଇଥାଉ ବୀର ଯୋଦ୍ଧାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଭାରତରେ ମହାରାଣା ପ୍ରତାପଙ୍କ ତଲଓ୍ଵାର ହେଉ ଅବା ଟିପୁ ସୁଲତାନ୍ଙ୍କ ତୋପ, ସମସ୍ତ ଜିନିଷ ଇତିହାସର ପୃଷ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ଆମେ ରାଜା-ମହାରାଜାଙ୍କ ସମୟରେ ବ୍ୟବହୃତ ଏମିତି ଏକ ସାମଗ୍ରୀ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
/sambad/media/post_attachments/wp-content/uploads/2018/07/3_6_3124829-m-300x196.jpg)
ଏହି ତୋପକୁ ଥରେ ଫୁଟାଇବା ଦ୍ୱାରା ପାଖ ଗ୍ରାମରେ ଏହାର ଏକ ଗୋଳା ପଡ଼ି ବଡ଼ ପୋଖରୀ ଖୋଳି ହୋଇଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏହି ପୋଖାରୀ ଆଜି ବି ସେହି ଗ୍ରାମରେ ଅଛି ଓ ଏହାର ଜଳକୁ ଗ୍ରାମବାସୀ ବ୍ୟବହାର କରୁଛନ୍ତି।
୧୭୨୬ ମସିହାରେ ଜୟପୁରରେ ନିର୍ମାଣ କରାଯାଇଥିବା ଏହି ତୋପକୁ ଅାରାବଳୀ ପାହାଡ ପାଖରେ ଥିବା ଜୟଗଡ଼ କିଲ୍ଲା ରଖାଯାଇଛି। ଏହି ତୋପର ନାମ ‘ଜୟବାନା’ ରହିଛି ଏବଂ ଏହାର ଓଜନ ୫୦ଟନ୍ । ଏହି ତୋପ ଯେ କେବଳ ଭାରତରେ ନୁହେଁ, ସମଗ୍ର ଦୁନିଆରେ ଚର୍ଚ୍ଚାରେ ରହିଛି। ଏହା ବହୁତ ଓଜନିଆ ହୋଇଥିବା ହେତୁ ଏହି ତୋପକୁ କିଲ୍ଲା ବାହାରକୁ ନିଆଯାଇ ପାରୁ ନାହିଁ କି କୌଣସି ଯୁଦ୍ଧରେ ମଧ୍ୟ ବ୍ୟବହାର କରାଯାଇ ନାହିଁ। ଏହାକୁ ଥରେ ପରୀକ୍ଷଣ ପାଇଁ ଚଲା ଯାଇଥିଲା। ଏହି ତୋପକୁ ଚଲାଇବା ଲାଗି ୧୦୦କିଲୋ ଗନ୍ ପାଉଡରର ଆବଶ୍ୟକତା ପଡ଼ିଥାଏ। ଏହାକୁ ଏସିଆର ବିଶାଳ ତୋପ ବି କୁହାଯାଇଥାଏ।
/sambad/media/post_attachments/wp-content/uploads/2018/07/2_8_3124829_835x547-m-300x197.jpg)
ଶୁଣିବାକୁ ମିଳିଛି, ଏହି ତୋପକୁ ପରୀକ୍ଷଣ କରାଯାଉଥିବା ସମୟରେ କିଲ୍ଲାର ଦକ୍ଷିଣ ଦିଗର ୩୦କିମି ଦୂରରେ ଥିବା ଚାକସୁ ନାମକ ଗାଁରେ ଏହି ଗୋଳା ପଡ଼ିଥିଲା ଏବଂ ସେଠାରେ ଏକ ବିଶାଳ ଗାତ ଖୋଳି ହୋଇ ପୋଖରୀ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/1_12_3124829-m.jpg)