କାନ୍ଥ ଚାଟିବାକୁ ରେସ୍ତୋରାଁର ଆହ୍ବାନ!

ଆମେରିକୀୟ ପ୍ରଦେଶ ଆରିଜୋନାର ସ୍କଟ୍‌ସଡେଲ୍‌ରେ ରହିଛି ‘ଦି ମିସନ୍’ ନାମକ ରେସ୍ତୋରାଁ। ଏହାର ଏକ କାନ୍ଥର ବିଶେଷତ୍ବ ପାଇଁ ଏବେ ଏହା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ରେସ୍ତୋରାଁର କର୍ମଚାରୀମାନେ ଗ୍ରାହକଙ୍କୁ ଏହାର କାନ୍ଥଗୁଡ଼ିକୁ ଚାଟିବାକୁ ଆହ୍ବାନ କରିଆସୁଛନ୍ତି। ବାସ୍ତବରେ ରେସ୍ତୋରାଁ ରୋଷେଇ ଘରର କାନ୍ଥ ହିମାଲୟାନ ସଲ୍‌ଟ ବା ଲବଣରେ ନିର୍ମିତ।

ରେସ୍ତୋରାଁ ନିର୍ମିତ ହେବା ସମୟରେ ଏହାର ମୁଖ୍ୟ ରୋଷେୟା ରେଷୋଇଶାଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ହିମାଲୟାନ ସଲ୍‌ଟରେ ଏହାର କାନ୍ଥ ଗଢ଼ିବାକୁ ଚାହିଥିଲେ। ତାଙ୍କ ଇଚ୍ଛା ମୁତାବକ ଗୋଲାପୀ ରଙ୍ଗର ହିମାଲୟାନ ସଲ୍‌ଟରେ କାନ୍ଥ ଗଢ଼ାଯାଇଥିଲା। ଆରମ୍ଭରେ ଟକିଲା ସୁରା ପିଇବା ପୂର୍ବରୁ ଲେମ୍ବୁ ସହିତ ଏହି ଲବଣାକ୍ତ କାନ୍ଥକୁ ଚାଟିବା ପାଇଁ ରେସ୍ତୋରାଁ ମାଲିକ ଗ୍ରାହକଙ୍କୁ ଆହ୍ବାନ କରୁଥିଲେ। କିନ୍ତୁ ସମୟକ୍ରମେ ଲୋକେ ସୁରା ପିଅନ୍ତୁ ବା ନ ପିଅନ୍ତୁ, ଏହି କାନ୍ଥଟିକୁ ଚାଟିବାକୁ ଲାଗିଲେ। ଗତ ୧୭ ବର୍ଷ ହେଲା ଏହି ରେସ୍ତୋରାଁରେ ଲୋକେ କାନ୍ଥ ଚାଟିବା ଭଳି ଅବାସ୍ତବ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଲୁଣର ଜୀବାଣୁ ବିରୋଧୀ ଗୁଣ ଯୋଗୁଁ ଏହାକୁ ଏକାଧିକ ଲୋକ ଚାଟିଲେ ସୁଦ୍ଧା ରୋଗ ବ୍ୟାପେ ନାହିଁ ବୋଲି ‘ଦି ମିସନ’ ଦାବି କରିଥାଏ। କାନ୍ଥଟିକୁ ନିୟମିତ ଭାବେ ସଫା ମଧ୍ୟ କରାଯାଇଥାଏ।

ସମ୍ବନ୍ଧିତ ଖବର