ଲକଡାଉନ ସମୟରେ ଆରମ୍ଭ କରିଥିବା ବ୍ୟବସାୟରୁ ମାସକୁ ୪ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଶାଶୁ ଓ ବୋହୂ

ଲକଡାଉନ ସମୟରେ ଆରମ୍ଭ କରିଥିବା ବ୍ୟବସାୟରୁ ମାସକୁ ୪ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଶାଶୁ ଓ ବୋହୂ

ନୂଆଦିଲ୍ଲୀ: ୫୮ ବର୍ଷର ହିରଣ୍ୟମୟୀ ଶିବାନୀ ଏବଂ ତାଙ୍କ ୩୫ ବର୍ଷର ବୋହୂ ମଞ୍ଜରି ସିଂ କମାଲ କରିଛନ୍ତି। ଏହି ଶାଶୁ ଏବଂ ବୋହୂ ଯୋଡିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।  ଶାଶୁ ଓ ବୋହୂ  ଦୁଇଜଣ ହେଲେ ବି ଦୁହେଁ ଏକ ଦଳ ଭାବେ କାମ କରିଥାଆନ୍ତି।

ଏହି ଯୋଡି ଲକଡାଉନ ସମୟରେ କିଛି ସ୍ବତନ୍ତ୍ର କରିବାକୁ ଚିନ୍ତା କରି ଘରୁ କ୍ଲାଉଡ୍ କିଚନ ‘ଦ ଛୋଙ୍କ’ ଆରମ୍ଭ କରିଥିଲେ। ଏଥିରେ ଦୁହେଁ ଲିଟି ଚୋଖା, ଚୁଡା ଫ୍ରାଏ, ସତ୍ତୁ ପାନୀୟ, ଚମ୍ପାରନ୍ ମାଂସ, ଚୁଡା ଗୁଗନି କିଛି ଏମିତି ବିହାରୀ ଖାଦ୍ୟକୁ ତାଙ୍କ  କିଚନରେ ସାମିଲ କରିଥିଲେ। ରୋଷେଇ ଘରେ ରୋଷେଇ କରିବା ହେଉଛି ଶାଶୁ ହିରଣ୍ୟମୟୀଙ୍କ କାମ ଏବଂ ମାର୍କେଟିଂ ଦାୟିତ୍ବ ବୋହୂ ମଞ୍ଜରି ସମ୍ଭାଳି ଥାଆନ୍ତି।

ମୂଳତଃ ବିହାରରେ ରହୁଥିବା ଏହି ଶାଶୁ ଏବଂ ବୋହୂ ମୂଳରୁ ରୋଷେଇ କରିବା ସହିତ ଖାଇବାକୁ ଭଲ ପାଆନ୍ତି।  ୨୦୧୧ ମସିହାରୁ ପୁରା ପରିବାର ଦିଲ୍ଲୀରେ ରହୁଛନ୍ତି କିନ୍ତୁ ହିରଣ୍ୟମୟୀ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବା ପାଇଁ ବର୍ଷକୁ ଅତି କମରେ ଥରେ ପାଟନା ବୁଲିବାକୁ ଯାଉଥିଲେ। ଲକଡାଉନ ସମୟରେ ଏହା ସମ୍ଭବ ହୋଇ ପାରି ନଥିଲା। ଏହି ସମୟରେ ନିଜ ସହର ଏବଂ ଏହାର ଖାଦ୍ୟକୁ ବହୁତ ମନେ ପକାଇଥିଲେ ହିରଣ୍ୟମୟୀ ।

Hiranyamayi Shivani.

ହିରଣ୍ୟମୟୀ  କହନ୍ତି କି , “ସେହି ସମୟରେ ମୋ ପରି ଅନେକ ଲୋକ ଥିଲେ ଯେଉଁମାନେ ନିଜ ଘରକୁ ଯାଇପାରୁ ନଥି‌ଲେ କି ଘରେ ତିଆରି ବିହାରୀ ଖାଦ୍ୟ ଖାଇ ପାରୁ ନଥିଲେ। ମୁଁ ରୋଷେଇ କରିବାକୁ ଭଲପାଏ, ତେଣୁ ମୁଁ ଭାବିଲି ମୋର ଘରୋଇ ବ୍ୟବସାୟ  ମାଧ୍ୟମରେ ଲୋକମାନଙ୍କ ପାଇଁ ପାରମ୍ପାରିକ ବିହାରୀ ରୋଷେଇ ତିଆରି କଲେ କେମିତି ହୁଅନ୍ତା। ଏହା ସହିତ ସେମାନେ ଘର ପରି ଖାଦ୍ୟ ଖାଇ ପାରିବେ, ଆଉ ମୋର ଦୁଇପଇସା ବି ରୋଜଗାର ହୋଇଯିବ। ଏ ଚିନ୍ତାଧାରା ମୁଁ ବୋହୂ ସହିତ ସେୟାର କଲି। ତାକୁ ବି ଏସବୁ ପସନ୍ଦ ଆସିଲା। ଖୁବ ଅଳ୍ପଦିନ ମଧ୍ୟରେ ଆମେ ଶାଶୂ ଓ ବୋହୂ ମିଶି ଏହି ବ୍ୟବସାୟ ଆରମ୍ଭ କରିଥିଲୁ।

ପ୍ରଥମେ ମୁଁ ଦିନକୁ ୪୦ଟି ଅର୍ଡର ପାଉଥିଲି, ଯାହା ବର୍ତ୍ତମାନ ୪୫୦ କୁ ବୃଦ୍ଧି ପାଇଛି। ଏହି ଛୋଟ ବ୍ୟବସାୟ ମାଧ୍ୟମରେ ଆମେ ଶାଶୁ ଓ ବୋହୂ ମିଶି ମାସକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe