ଅଢ଼େଇ ହଜାର ବର୍ଷ ତଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଗଙ୍ଗା ନଦୀର ଗତିପଥରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା ବୋଲି ଏକ ସଦ୍ୟ ଗବେଷଣାରୁ ଜଣାଯାଇଛି। ସାଧାରଣତଃ ନଦୀଗୁଡ଼ିକ ବିଭିନ୍ନ କାରଣ ପାଇଁ ନିଜର ଗତିପଥ ବଦଳାଇଥା’ନ୍ତି। ମାତ୍ର ସେମାନଙ୍କ ଗତିପଥ ପରିବର୍ତ୍ତନ ପଛର କାରଣ ଭୂମିକମ୍ପ ହୋଇଥିବାର କୌଣସି ପ୍ରମାଣ ଆଗରୁ ନଥିଲା।
ଉଲ୍ଲେଖଯୋଗ୍ୟ, ହିମାଳୟରୁ ବାହାରିଥିବା ଗଙ୍ଗା ନଦୀ ୨,୫୭୫ କି.ମି. ବା ୧,୬୦୦ ମାଇଲ୍ ଅତିକ୍ରମ କରି ବଙ୍ଗୋପସାଗରରେ ମିଶିଛି। ଏହା ଦେହରେ ମିଶିଥିବା ଉପନଦୀ ଓ ଏଥିରୁ ବାହାରିଥିବା ଶାଖାନଦୀମାନଙ୍କ ସହ ମିଶି ଏହା ପୃଥିବୀର ଦ୍ବିତୀୟ ବୃହତ୍ତମ ନଦୀ ପ୍ରଣାଳୀର ମାନ୍ୟତା ବହନ କରୁଛି। ତେବେ କୌଣସି ଭୂକମ୍ପ ଯୋଗୁଁ ଏହି ବିଶାଳ ଜଳ ଉତ୍ସର ଗତିପଥରେ ପରିବର୍ତ୍ତନ ଆସିଥିବା କଥା ସହଜରେ ଗ୍ରହଣୀୟ ନୁହେଁ। ଦଶନ୍ଧି ଦଶନ୍ଧି ଧରି ଉପନଦୀମାନଙ୍କରେ ପ୍ରବାହିତ ହୋଇ ଆସୁଥିବା ବାଲି, ଗୋଡ଼ି, ପଥର ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ଯୋଗୁଁ ନଦୀଶଯ୍ୟା ପୂରି ଉଠିବା ପରେ ଧୀରେଧୀରେ ନଦୀର ଜଳରାଶି ମୁକ୍ତ ବାଟରେ ଯିବା ଲାଗି ଏହାର ଦିଗରେ ସାମାନ୍ୟ ପରିବର୍ତ୍ତନ ଘଟିଥାଏ।

Advertisment

ଗଙ୍ଗାନଦୀର ଏହି ଗତିପଥ ପରିବର୍ତ୍ତନ ଏକ ଭୂମିକମ୍ପ ଯୋଗୁଁ ତତ୍କାଳ ସଂଘଟିତ ହୋଇଥିଲା ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। ଉପଗ୍ରହ ଚିତ୍ରସମୂହକୁ ବିଶ୍ଳେଷଣ କରି ସେମାନେ ଜାଣିପାରିଛନ୍ତି କି, ବର୍ତ୍ତମାନ ଗଙ୍ଗା ଯେଉଁଠି ପ୍ରବାହିତ ହେଉଛି, ଅତୀତରେ ତାହା ସହ ସମାନ୍ତରାଳ ଭାବେ ଏହାର ମୁଖ୍ୟ ଧାର ୧୦୦ କି.ମି. ବା ୬୨ ମାଇଲ ଯାଏ ପ୍ରବାହିତ ହୋଇଥିଲା।

ମାତ୍ର ଭୂକମ୍ପ କ୍ରିୟା ଯୋଗୁଁ ନଦୀପଥ ପରିବର୍ତ୍ତନ ପାଇଁ ଦଶନ୍ଧି ଦଶନ୍ଧି ଏପରିକି ବର୍ଷ କି ମାସର ଆବଶ୍ୟକ ହୋଇ ନଥାଏ। ଗଙ୍ଗା ନଦୀର ଏହି ଗତିପଥ ପରିବର୍ତ୍ତନ ଏକ ଭୂମିକମ୍ପ ଯୋଗୁଁ ତତ୍କାଳ ସଂଘଟିତ ହୋଇଥିଲା ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। ଉପଗ୍ରହ ଚିତ୍ରସମୂହକୁ ବିଶ୍ଳେଷଣ କରି ସେମାନେ ଜାଣିପାରିଛନ୍ତି କି, ବର୍ତ୍ତମାନ ଗଙ୍ଗା ଯେଉଁଠି ପ୍ରବାହିତ ହେଉଛି, ଅତୀତରେ ତାହା ସହ ସମାନ୍ତରାଳ ହୋଇ ଏହାର ମୁଖ୍ୟ ଧାର ୧୦୦ କି.ମି. ବା ୬୨ ମାଇଲ ଯାଏ ପ୍ରବାହିତ ହେଉଥିଲା। ୨୦୧୮ ମସିହାରେ ଉକ୍ତ ମୃତ ଧାରର ପରୀକ୍ଷାନିରୀକ୍ଷା ବେଳେ ତାହାର ସମାନ୍ତରାଳ କାଦୁଅ ସ୍ତରରୁ ଲମ୍ବ ଭାବରେ ଥିବା ବାଲୁକାରାଶି ବା ‘ସିସ୍ମାଟାଇଟ୍’ କୌଣସି ଭୂକମ୍ପ କ୍ରିୟାର ପରିଣାମ ବୋଲି ସଂକେତ ମିଳିଥିଲା। ସେହି ପ୍ରାଚୀନ ମୃତ ଧାରର ବିଭିନ୍ନ ସ୍ଥାନରୁ ଅନୁରୂପ ସିସ୍ମାଟାଇଟ୍ ମିଳିଥିଲା। ସୁତରାଂ ତାହା ଏକା ସମୟରେ ସଂଘଟିତ ହୋଇଥିବା କଥା ସ୍ପଷ୍ଟ ହୋଇଥିଲା। ସେହିପରି ଉକ୍ତ ସିସ୍ମାଟାଇଟ୍‌ର ରାସାୟନିକ ବିଶ୍ଳେଷଣରୁ ୨,୫୦୦ ବର୍ଷ ତଳେ ସେଠାରେ ୭ କି ୮ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହା ଗଙ୍ଗାର ପୁରୁଣା ଗତିପଥ ବଦଳେଇ ଦେଇଥିଲା ବୋଲି ଅନୁମାନ କରାଯାଉଛି।