ନିକଟରେ ପ୍ୟାରିସ୍ର ପ୍ରସିଦ୍ଧ ଇଫେଲ୍ ଟାଵର୍ର ଉଚ୍ଚତା ୨୦ ଫୁଟ୍ ବୃଦ୍ଧି ପାଇଛି। ହେଲିକପ୍ଟର୍ ଯୋଗେ ଇଫେଲ୍ ଟାଵର୍ ଶୀର୍ଷରେ ଏକ ନୂତନ ରେଡିଓ ଆଣ୍ଟେନା ଖଞ୍ଜାଯିବା ପରେ ପ୍ୟାରିସ୍ର ଏହି ଉଚ୍ଚତମ ନିର୍ମାଣର ଉଚ୍ଚତା ୧,୦୬୩ ଫୁଟ୍ରୁ ୧,୦୮୩ ଫୁଟ୍କୁ ବୃଦ୍ଧି ପାଇଛି। ୧୮୮୯ରେ ନିର୍ମିତ ଏହି ଐତିହାସିକ ଟାଵର୍କୁ ଲୋକେ ଆଦରରେ ‘ଆଇରନ୍ ଲେଡି’ କହିଥାନ୍ତି। ଏହା ସେ ସମୟରେ ବିଶ୍ବର ଉଚ୍ଚତମ ମଣିଷ ତିଆରି ଢାଞ୍ଚାର ମାନ୍ୟତା ହାସଲ କରିଥିଲା। ନିର୍ମାଣ ପର ଠାରୁ ଏହାକୁ ଅନେକ ବୈଜ୍ଞାନିକ ପ୍ରୟୋଗରେ ବ୍ୟବହାର କରାଯାଇଆସୁଛି। ଅତୀତରେ ଏହାକୁ ପାଣିପାଗ ଅନୁଧ୍ୟାନ, ଜ୍ୟୋତିର୍ବିଜ୍ଞାନ ଗବେଷଣା ଲାଗି ବ୍ୟବହାର କରାଯାଉଥିଲା। ଫ୍ରେଞ୍ଚ୍ ସେନାବାହିନୀ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ରେଡିଓ ଟାଵର୍ ଭାବେ ବ୍ୟବହାର କରୁଥିଲା। ୧୯୧୦ ଦଶନ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ ଟେଲିଗ୍ରାମ୍ ପ୍ରେରଣ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ସେହିପରି ପ୍ରଥମ ବିଶ୍ବ ଯୁଦ୍ଧ ବେଳେ ଜର୍ମାନୀର ରଣକୌଶଳ ସନ୍ଦେଶ ଶୁଣିବାରେ ଇଫେଲ୍ ଟାଵର୍ ବିଶେଷ ସହାୟକ ହୋଇଥିଲା। ତେବେ ଗତ ଏକ ଶତାବ୍ଦୀ ହେଲା ଏହାକୁ ସଞ୍ଚାର ଟାଵର୍ ଭାବେ ବ୍ୟବହାର କରାଯାଉଛି। ସମୟକ୍ରମେ ଗୋଟିଏ ଆଣ୍ଟେନା ଖରାପ ହେବା ପରେ ସେହି ସ୍ଥାନରେ ନୂଆ ଆଣ୍ଟେନା ଲଗାଯାଇଥାଏ। ଏହା ଅନୁଯାୟୀ ଆଇଫେଲ୍ ଟାଵର୍ର ଉଚ୍ଚତା କମ୍-ବେଶୀ ହୋଇଥାଏ।
୨୦ ଫୁଟ୍ ବଢ଼ିଲା ଇଫେଲ୍ ଟାୱାର
/sambad/media/post_attachments/wp-content/uploads/2022/03/tower.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)