ଗୋଟିଏ ଚିତ୍ରରୁ ଭିନ୍ନ ବ୍ୟକ୍ତି ଭିନ୍ନ ଭାବ ଦେଖିବାକୁ ପାଇଥାନ୍ତି। ନିଜର ମାନସିକତା ଉପରେ ନିର୍ଭର କରେ ଚିତ୍ରଟି କାହାକୁ କିପରି ଲଗିବ। ଆପଣ ଯଦିଓ ଜାଣିଥିବେ ମାନସିକ ଚିକିତ୍ସା କରିବା ପାଇଁ ମାନସିକ ଡାକ୍ତରମାନେ ଚିତ୍ରର ସାହାଯ୍ୟ ନେଇଥାନ୍ତି। ଗୋଟାଏ ଅନାବନା ଚିତ୍ରକୁ ରୋଗୀକୁ ଦେଖାଇନ୍ତି, ସେଥିରେ ସେ କ’ଣ ଦେଖିପାରୁଛନ୍ତି ବୋଲି ପ୍ରଶ୍ନ କରନ୍ତି। ରୋଗୀ ଦେଇଥିବା ଉତ୍ତରକୁ କେନ୍ଦ୍ର କରି ଡାକ୍ତର ଔଷଧ ଦିଅନ୍ତି।
ଉପରୋକ୍ତ ଚିତ୍ରଟିକୁ ଦେଖିବାପରେ ଆପଣ ପ୍ରଥମେ ଯାହା ଦେଖିପାରିଛନ୍ତି ସେଥିରୁ ଆପଣଙ୍କ ଚିନ୍ତାଧାରା ବା ସ୍ୱାଭାବ ଜଣାପଡ଼ିବ। ନିମ୍ନରେ ସେ ସଂପର୍କରେ ଉଲ୍ଳେଖ କରାଯାଇଛି।
ଗଛ: ଯଦି ଆପଣ ପ୍ରଥମେ ଗଛ ଦେଖିପାରିଛନ୍ତି ତେବେ ଆପଣ କାରଣ ଏବଂ ତର୍କ ଉପରେ ବହୁତ ବିଶ୍ୱାସ କରନ୍ତି। ଆପଣ ହୃଦୟ ଅପେକ୍ଷା ମସ୍ତିଷ୍କ ଉପରେ ବେଶି ଭରସା କରନ୍ତି। ଆପଣ ଜଣେ ନେତା ଶ୍ରେଣୀୟ ବ୍ୟକ୍ତି। ଆତ୍ମୀୟଙ୍କୁ ଅନେକ ଶ୍ରଦ୍ଧା କରୁଥିବା ସତ୍ୱେ ସବୁ ସମୟରେ କହିପାରନ୍ତି ନାହିଁ। ଆପଣ ବେଳେ ବେଳେ ଅନ୍ୟକୁ ନିଜ ଭଲପାଇବା ସଂପର୍କରେ କହିବା ଶିଖନ୍ତୁ।
ସିଂହ: ଆପଣ ଉକ୍ତ ଚିତ୍ରରେ ପ୍ରଥମେ ସିଂହ ଦେଖିପାରିଛନ୍ତି କି? ଯଦି ହଁ, ତେବେ ଆପଣ ଅନେକ ଶକ୍ତିଶାଳୀ। ଆପଣ ଭିତରୁ ଖୁବ୍ ସାହସୀ। ସେଥିପାଇଁ ଆପଣ ଅନେକ ସମୟରେ ସମ୍ମାନ ପାଇଥାନ୍ତି। କେତେକ ଲୋକ ଆପଣଙ୍କୁ ଗର୍ବୀ ବୋଲି ଭାବିଥାନ୍ତି, ମାତ୍ର ଆପଣ ସେପରି ନୁହଁନ୍ତି। ଏଥିପ୍ରତି ସଜାଗ ରହିପାରିଲେ ଭଲ।
ଗରିଲା: ଆପଣ ଯଦି ଚିତ୍ରରେ ଗରିଲାକୁ ଦେଖିପାରିଛନ୍ତି ତେବେ ଆପଣ ଖୁବ୍ ପରିଶ୍ରମୀ ସ୍ୱଭାବର। ଅନ୍ୟର କଥାରେ ସହଜରେ ଆସନ୍ତି ନାହିଁ। ସବୁବେଳେ ନିଜକୁ ଭଲ ଲାଗୁଥିବା କାର୍ଯ୍ୟ କରନ୍ତି। ମୋଟାମୋଟି କହିବାକୁ କଲେ ଆପଣ ଜଣେ ନିର୍ଭରଚେତା ମଣିଷ। ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କ ନିଷ୍ପତ୍ତି ନିଜେ ନିଅନ୍ତୁ ବୋଲି ସ୍ୱାଧୀନତା ଦିଅନ୍ତି।
ମାଛ: ଚିତ୍ରଟିରେ ମାଛକୁ ଦେଖିଥିବା ବ୍ୟକ୍ତିମାନେ ବର୍ତ୍ତମାନରେ ବିଶ୍ୱାସ କରନ୍ତି। ଭବିଷ୍ୟତ ବିଷୟରେ ବେଶି ଭାବନ୍ତି ନାହିଁ। ସେଥିପାଇଁ ସେମାନେ ସବୁବେଳେ ଶାନ୍ତ ରହିପାରନ୍ତି। ସେହି ଶ୍ରେଣୀର ବ୍ୟକ୍ତି ସଂପର୍କକୁ ନେଇ ଆଉ ଟିକେ ଦାୟିତ୍ୱାବାନ ହେବା ଜରୁରୀ। ଲୋକମାନଙ୍କୁ ଟିକେ ବିଶ୍ୱାସ କରିବା ଶିଖିଲେ ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/6bbcd6e4c9fa87006532ef435544d037_1511955970.jpg)