ଅଳ୍ପକେ ବଞ୍ଚିଲା ଜୀବନ; ଭିଡିଓ ଦେଖି ରାଗିଲେ ସୋସିଆଲ୍ ମିଡିଆ ବ୍ୟବହାରକାରୀ

ଅଳ୍ପକେ ବଞ୍ଚିଲା ଜୀବନ; ଭିଡିଓ ଦେଖି ରାଗିଲେ ସୋସିଆଲ୍ ମିଡିଆ ବ୍ୟବହାରକାରୀ

ndtv.in

ନୂଆଦିଲ୍ଲୀ: ରିଲ୍ସ ଓ ସର୍ଟ ଭିଡିଓ ବନାଇବା ନିଶାରେ ଲୋକେ କେବେ  ଓ କେଉଁଠ‌ାରେ ଦୁର୍ଘଟଣାର ଶିକାର ହେଉଛନ୍ତି ତାହା କିଛି ଜଣାପଡୁନି। ସେଲ୍‌ଫି ଓ ରିଲ୍ସ ଆଦି କାରଣରୁ ଅନେକ ଜୀବନ ଯାଇଥିବା କଥା ବି ଆପଣ ଜାଣନ୍ତି। ‌ମେଟ୍ରୋରୁ ନେଇ ଟ୍ରେନ୍‌ ଆଦି ବିଭିନ୍ନ ସ୍ଥାନରେ ଯୁବପିଢ଼ିମାନେ ସେମାନଙ୍କ ରିଲ୍ସ ବନାଇ ଚାଲିଛନ୍ତି। ଏ‌ ନେଇ ରେଳବାଇ ପକ୍ଷରୁ ବି ଅନେକ ଥର ସତର୍କ ସୂଚନା ଦିଆଯାଇଛି। ହେଲେ ବି ଯୁବପିଢ଼ି ବୁଝିବାକୁ ଅମଙ୍ଗ।

ନିକଟରେ ସୋସିଆଲ୍‌ ମିଡିଅ‌ାରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ଯୁବତୀ ଟ୍ରେନ୍‌ ବସି ରିଲ୍ସ ବନାଇବାକୁ ଝରକାରେ ମୁଣ୍ଡ ବାହାରକୁ କାଢ଼ିଥିବା ଆପଣ ଦେଖି ପାରୁଥିବେ। ତାପରେ କଡ଼ ରେଳ ଧାରଣାରେ ଖୁବ୍ ଜୋର୍‌ରେ ଅନ୍ୟ ଏକ ଟ୍ରେନ୍‌ଟି ସେହି ସମୟରେ ପଳେଇ ଆସୁଛି। ଯୁବତୀ ଜଣକ ତତ୍‌କ୍ଷଣାତ୍‌ ଟ୍ରେନ୍‌ ଭିତରକୁ ମୁଣ୍ଡ ନେଇ ଆସୁଛନ୍ତି।

ଯଦି ଯୁବତୀ ଜଣକ ଠିକ୍‌ ସମୟରେ ନିଜ ମୁଣ୍ଡ ଭିତରକୁ ନ କରିଥାନ୍ତେ ତ ହୁଏତ ତାଙ୍କ ଜୀବନ ଚାଲି ଯାଇଥାନ୍ତା। ଏହି ସମୟର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ଲୋକ ଯୁବତୀଙ୍କୁ ସମାଲୋଚନା କରିଛନ୍ତି।

ଭିଡିଓଟି ଟ୍ବିଟର୍‌ରେ ସେୟାର୍‌ ହୋଇଥିବା ବେଳେ ଏହାର ଭିୟୁ ପ୍ରାୟ ୧୦ ଲକ୍ଷ ପାଖାପାଖି ହୋଇଗଲାଣି। ଏହା ଖୁବ୍ ଭୁଲ୍‌ କଥା ବୋଲି ଲେଖି ଅନେକ ବ୍ୟବହାରକାରୀ ଯୁବତୀଙ୍କୁ ତାଗିଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe