ସୁନା କିମ୍ବା ରୂପା ଅଳଙ୍କାରକୁ ଚମକାଇବା ଲାଗି ଏକ ପାତ୍ରରେ କପେ ପାଣି ନିଅନ୍ତୁ। ଏଥିରେ କିଛି ଡିିସ୍ୱାସ୍ ପାଉଡର୍, ଗୋଟେ ଚାମଚ ହଳଦୀ ଗୁଣ୍ଡ ପକାଇ ପାଣିକୁ ଦୁଇତିନି ମିନିଟ୍ ଗ୍ୟାସ୍ରେ ଫୁଟାଇ ଥଣ୍ଡା କରନ୍ତୁ। କିଛି ସମୟ ରଖିଲା ପରେ ବ୍ରଶ୍ ସାହାଯ୍ୟରେ ଘଷି ଅଳଙ୍କାରରେ ଜମା ହୋଇଥିବା ମଇଳା ସଫା କରନ୍ତୁ।
ପୁରୁଣା ଗହଣାର ଚମକ ଫେରାଇ ଆଣିବା ଲାଗି ଟୁଥ୍ପେଷ୍ଟ ବ୍ୟବହାର କରିପାରିବେ। ଗହଣାରେ ଟୁଥ୍ପେଷ୍ଟ ଲଗାଇ ପନ୍ଦର ମିନିଟ୍ ପରେ ଟୁଥ୍ବ୍ରଶ୍ ସାହାଯ୍ୟରେ ଏହାକୁ ଭଲଭାବେ ଘଷନ୍ତୁ। ମଇଳା ଛାଡ଼ିଯିବ, ଗହଣାର ଚମକ ଫେରିଆସିବ।
କିଛି ଗହଣାରେ ଆପଣ ପାରମ୍ପରିକ ଉପାୟରେ ଲୁଣ ଘଷି ବା ଲୁଣପାଣି ବ୍ୟବହାର କରି ସଫା କରିପାରିବେ।
ଗୋଟିଏ ଗିନାରେ ଗରମ ପାଣି ନେଇ ଲେମ୍ବୁ ରସ ପକାନ୍ତୁ। ଏହାପରେ ସେଥିରେ ଲିକ୍ବିଡ୍ ଡିସ୍ ୱାସ୍ ମିଶାନ୍ତୁ। ଏହି ମିଶ୍ରଣରେ ଗହଣାକୁ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଟୁଥ୍ବ୍ରଶ୍ ସାହାଯ୍ୟରେ ଗହଣାକୁ ଘଷି ସଫା କରନ୍ତୁ। ଚମକ ଫେରି ଆସିବ।
ଗହଣାକୁ ସବୁବେଳେ ଅଲଗା ଅଲଗା ରଖନ୍ତୁ। ସେଥିପାଇଁ ଭିନ୍ନ ପାଉଚ୍, ଡବା ଇତ୍ୟାଦି ବ୍ୟବହାର କରନ୍ତୁ। ଦାମିକା ଗହଣାକୁ ଭେଲ୍ଭେଟ୍ କପଡ଼ାରେ ଗୁଡ଼େଇ ବା ଭେଲ୍ଭେଟ୍ ବାକ୍ସରେ ରଖିଲେ ଜଡ଼ାଉ ବା ପଥରବସା ଗହଣାର ଚମକ ଅକ୍ଷୁଣ୍ଣ ରହେ। ସବୁବେଳେ ପର୍ଫ୍ୟୁମ୍ ଲଗାଇ ସାରି ଇମିଟେସନ୍ ଗହଣା ପିନ୍ଧନ୍ତୁ।
ଚମକିବ ପୁରୁଣା ଗହଣା
/sambad/media/post_attachments/wp-content/uploads/2024/04/gdgjgjgj-2.jpg)