ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନରେ କାନ୍ଦି ପକାଇଲେ ଦ‌ ଗ୍ରେଟ୍‌ ଖଲି

ନୂଆଦିଲ୍ଳୀ: ‘ଡବ୍ଲୁଡବ୍ଲୁଇ’ ଚାମ୍ପିୟନ୍ କୁସ୍ତିଯୋଦ୍ଧା ଦି ଗ୍ରେଟ୍‌ ଖଲିଙ୍କର ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥାଏ। ସେପରି କିଛି ମଜାଦାର୍‌ ଭିଡିଓ ବି ରହିଛି, ଯାହାକୁ ଦେଖିବା ପରେ ପ୍ରଶଂସକ ନିଜର ହସ ରୋକିପାରନ୍ତି ନାହିଁ। ନିକଟରେ ଗ୍ରେଟ୍‌ ଖଲି ଉର୍ଫ ଦଲୀପ ସିଂହ ରାଣାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଖଲି କାନ୍ଦି ଲୁହ ପୋଛି ଦେଉଥିବାର ନଜର ଆସିଛନ୍ତି।

ଶୁକ୍ରବାର ଗ୍ରେଟ୍‌ ଖଲି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ତାଙ୍କୁ ଜଣେ ଗଣମାଧ୍ୟମ ପ୍ରତିନିଧି ଜନ୍ମଦିନ ଉତ୍ସବ ମନାଇବା ନେଇ ଏକ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନକୁ ଶୁଣି ଦୁଃଖୀ ହୋଇଗଲେ ଖଲି ଓ ଅଚାନକ ତାଙ୍କ ଆଖି ଲୁହରେ ଜକେଇ ଆସିଲା। ସେ ଲୁହ ପୋଛି ଦେଇ ଭିତରକୁ ଚାଲିଗଲେ। ତେବେ ଏହି ପ୍ରଶ୍ନ ଖଲିଙ୍କୁ କାହିଁକି ଏତେ ଆଘାତ ଦେଲା ତାହାର କାରଣ ଏଯାଏ ଜଣାପଡ଼ିନାହିଁ।

 

ଜାଣିବାକୁ ମିଳିଛି ଯେ ଗ୍ରେଟ୍‌ ଖଲି ଆସନ୍ତା ୨୭ ତାରିଖରେ ୫୦ ବର୍ଷର ହୋଇଯିବେ। ଏହି କାରଣରୁ ‌ସେ ତାଙ୍କର ୫୦ତମ ଜନ୍ମଦିନ କିପରି ମନାଇବେ ବୋଲି ଜଣେ ପ୍ରତିନିଧି ପ୍ରଶ୍ନ କରିଥିଲେ।

ଏହି ଭିଡିଓଟି ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ କମେଣ୍ଟ୍‌ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଖଲି ଭାଇ ୨୦୧୯ ମସିହା ୱାର୍ଲଡ କପ୍‌ର ଧୋନି ଭାଇଙ୍କ ରନ୍‌ ଆଉଟ୍‌ ହେବା କଥା ମନେ ପଡ଼ିଗଲା କି?’

ସମ୍ବନ୍ଧିତ ଖବର