ନୂଆଦିଲ୍ଲୀ: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ଦ ଗ୍ରେଟ୍‌ ଖଲି ନିଜ ଇନଷ୍ଟାଗ୍ରାମରେ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖି ଲାଗୁଛି ଖଲି ଏକ କଣ୍ଢେଇ ସହିତ ଖେଳୁଛନ୍ତି। କିନ୍ତୁ ବାସ୍ତବ କଥା ହେଲା ସେ ଦୁନିଆର ସବୁଠାରୁ କମ ଉଚ୍ଚତା ଥିବା ମହିଳାଙ୍କୁ ହାତରେ କଣ୍ଢେଇ ଭଳି ଧରିଛନ୍ତି।

Advertisment

ଏହି ମହିଳାଙ୍କ ନାମ ଜ୍ୟୋତି ଆମ୍‌ଗେ। ଜ୍ୟୋତି ଭାରତର ନାଗପୁରରେ ଜନ୍ମିତ। ତାଙ୍କ ନାମ ଗିନିଜ ୱାଲର୍‌ଡ ରେକର୍ଡରେ ଲିପିବଦ୍ଧ ହୋଇଛି। ନିକଟର ଜ୍ୟୋତିଙ୍କୁ  ଖଲି ଭେଟିଥିଲେ। କିଛିସମୟ ଦୁହେଁ କଥାବାର୍ତ୍ତା ହେବାପରେ ଖଲି ମଜାରେ ମଜାରେ ଜ୍ୟୋତିଙ୍କୁ କଣ୍ଢେଇ ଭଳି ଗୋଟିଏ ହାତରେ ଟେକି ଦେଇଥି‌ଲେ।

ଏହି ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଠୋଠୋ ହୋଇ ହସିଥି‌ଲେ। ଏହି ସମୟରେ ଜ୍ୟୋତି ମଧ୍ୟ ହସିବା ସହିତ ଲାଜେଇ ଯାଇଥିଲେ।।

ମଜାଳିଆ କଥା ହେଉଛି ଖଲିଙ୍କ ଉଚ୍ଚତା ୭ ଫୁଟ ୧ ଇଞ୍ଚ ହୋଇଥିବାବେଳେ ଜ୍ୟୋତିଙ୍କ ଉଚ୍ଚତା ମାତ୍ର ୬୧.୯୫ ସେଣ୍ଟିମିଟର (୨ ଫୁଟ) ରହିଛି। ତେଣୁ ଖଲି ଯେତେବେଳେ ଜ୍ୟୋତିଙ୍କୁ ହାତରେ ଉଠାଇଥିଲେ  ସେ ତାଙ୍କ ହାତରେ କଣ୍ଢେଇ ଭଳି ନଜରକୁ ଆସୁଥିଲେ।