ବେଲାରୁଷର ଜଣେ ଶିଳ୍ପୀ କେବଳ ବରଫରେ ଏପରି ଏକ ନାଆ ନିର୍ମାଣ କରିଛନ୍ତି, ଯାହାକୁ ପାଣି ଉପରେ କାଠ ଡଙ୍ଗା ପରି ଚାଳନା କରାଯାଇପାରୁଛି। ବେଲାରୁଷର ମିଂସ୍କରେ ରହୁଥିବା ଇଭାନ କାର୍ପିସ୍କି ନାମକ ଏହି ଶିଳ୍ପୀଙ୍କର ବିଭିନ୍ନ ବରଫ କୃତିଗୁଡ଼ିକ ବର୍ଷ ବର୍ଷ ଧରି ବେଶ୍ ଆଦୃତ ହୋଇ ଆସିଛି। ୨୦୨୦ରେ ସେ ପ୍ରଥମେ ବିଭିନ୍ନ ଖବରକାଗଜର ପୃଷ୍ଠାମଣ୍ଡନ କରିଥିଲେ, ଯେତେବେଳେ ତାଙ୍କର ଏକ ବରଫ ନିର୍ମିତ ବେହେଲାର ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହୋଇଥିଲା। ପ୍ରତିବର୍ଷ ଶୀତଦିନ ଆସିଲେ ସେ ନୂଆ କିଛି ବରଫ କୃତି ଭେଟି ଦେବାକୁ ଆଗେଇ ଆସିଥା’ନ୍ତି। ଏହି କ୍ରମରେ ସେ ଚଳିତବର୍ଷ ଏହି ଅଭିନବ ଡଙ୍ଗାଟି ପ୍ରସ୍ତୁତ କରିଛନ୍ତି। ବିଭିନ୍ନ ବରଫ ଖଣ୍ଡକୁ କାଟି ଏବଂ ପାଣି ଦ୍ବାରା ସେଗୁଡ଼ିକୁ ଯୋଡ଼ି ସେ ଉକ୍ତ ଡଙ୍ଗାଟିର କଳେବର ପ୍ରସ୍ତୁତ କରିଛନ୍ତି। ଏଥିରେ ନିହିତ ଥିବା କୌଣସି ଜ୍ଞାନକୌଶଳ ବାବଦରେ ଯଦିଓ ସ୍ପଷ୍ଟ ହୋଇନାହିଁ, ତେବେ ଭୂସ୍ଥାନନିରୀକ୍ଷଣ ତଥ୍ୟରୁ ଏହି ବରଫ ଡଙ୍ଗାଟି ସ୍ନ୍ୟାନ୍ସ୍କୋ ହ୍ରଦ କୂଳରେ ଭାସୁଥିବା ଜଣାଯାଇଛି।
୨୦୨୦ରେ ସେ ପ୍ରଥମେ ବିଭିନ୍ନ ଖବରକାଗଜର ପୃଷ୍ଠାମଣ୍ଡନ କରିଥିଲେ, ଯେତେବେଳେ ତାଙ୍କର ଏକ ବରଫ ନିର୍ମିତ ବେହେଲାର ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହୋଇଥିଲା। ପ୍ରତିବର୍ଷ ଶୀତଦିନ ଆସିଲେ ସେ ନୂଆ କିଛି ବରଫ କୃତି ଭେଟି ଦେବାକୁ ଆଗେଇ ଆସିଥା’ନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/sffshhfssfhfhs.jpg)