ଅଦୃଶ୍ୟ ଶତ୍ରୁ ଡିଜିଟାଲ ରେପ୍
ପ୍ରିୟଙ୍କା ରାୟ
ଆଲିଆ ଭଟ୍ଟଙ୍କ ୨୦୧୪ ରେ ରିଲିଜ୍ ହୋଇଥିବା ‘ହାଇୱେ’ ସିନେମାରେ ଆଲିଆ ଭଟ୍ଟ ମାତ୍ର ୯ ବର୍ଷ ବୟସରେ ନିଜ ପରିବାରର ଜଣେ ଘନିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ ବୋଲି ଦୃଶ୍ୟମାନ ହୋଇଥିଲା। କେବଳ ‘ହାଇୱେ’ ସିନେମାରେ ନୁହେଁ ଓଡ଼ିଶାରେ ଶିଶୁ ଯୌନ ନିର୍ଯାତନାର ଜଟିଳ ରୂପର ତ୍କୁର ବାସ୍ତବିକତା ଦର୍ଶାଉଛି ୨୦୨୨ ମସିହାରେ ଜାରି ହୋଇଥିବା ଏନସିଆରବି ରିପୋର୍ଟ। ମାତ୍ର ଗୋଟିଏ ବର୍ଷରେ ଶିଶୁ ଯୌନ ନିର୍ଯାତନାର ନିରାକରଣ ଆଇନ ଅନ୍ତର୍ଗତ ମାତ୍ର ଗୋଟିଏ ବର୍ଷରେ ୨୪୯୬ଟି ମାମଲା ରୁଜ୍ଜୁ ହୋଇଛି। ଯାହାକି ଗତବର୍ଷ ଠାରୁ ୧୩.୩୫ ପ୍ରତିଶତ ଅଧିକ ଅଟେ। ଏହି ରିପୋର୍ଟରେ ଡିଜିଟାଲ ରେପ ବିଷୟରେ ଉଲ୍ଲେଖ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଦେଶରେ ଅଧିକାଂଶ ଶିଶୁ ଅର୍ଥାତ ଉଭୟ ଶିଶୁ କନ୍ୟା ଏବଂ ପୁତ୍ରମାନେ ଡିଜିଟାଲ ରେପର ଶିକାର ହେଉଛନ୍ତି। ‘ଡିଜିଟାଲ ରେପ୍’ ଯଦିଓ ନାମରୁ ଏହା କୌଣସି ସାଇବର ଏବଂ ନୂଆଁ ପ୍ରକାର ଅପରାଧ ଭଳି ଅନୁଭବ ହେଉଛି। ବାସ୍ତବ ଜୀବନରେ ଅଧିକାଂଶ ବ୍ୟକ୍ତି ନିଜ ବାଲ୍ୟବସ୍ଥାରେ ଏବଂ ଶିଶୁମାନେ ଏଭଳି ହିଂସାର ଶିକାର ହେଉଛନ୍ତି। ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ପରିବାରର। ଡିଜିଟାଲ୍ ଶଦ୍ଦଟି ଇଂରାଜୀ ଶଦ୍ଦ ‘ଡିଜିଟ୍’ରୁ ଆସିଛି ଯାହାର ଅର୍ଥ ହେଉଛି ଆଙ୍ଗୁଠି। ଗୋଡ଼ ଅଥବା ହାତ ଆଙ୍ଗୁଠି ଦ୍ୱାରା ରେପ୍ କରିବାକୁ ଡିଜିଟାଲ ରେପ୍ କୁହାଯାଏ। ପୂର୍ବରୁ ଏହାକୁ ଧର୍ତ୍ତବ୍ୟ ଅପରାଧ ଭାବରେ ବିବେଚନା କରାଯାଉନଥିଲା। ନିର୍ଭୟା ଗଣଦୁଷ୍କର୍ମ ହତ୍ୟାକାଣ୍ଡ ପରେ ଦୁଷ୍କର୍ମର ସଂଜ୍ଞା ବ୍ୟାପକ ହେଲା। ଭାରତୀୟ ପିଙ୍ଗଲ କୋଡ୍ ଦଫା ୩୭୫ ଓ ୩୭୬ରେ ଏହି ଅପରାଧ ପାଇଁ ଦଣ୍ଡ ବିଧାନ ରହିଛି।
୨୦୧୬ ମସିହାରେ ହରିୟାଣା ଗୁରୁଗ୍ରାମ ଅଞ୍ଚଳରେ ଜଣେ ବସ୍ କଣ୍ଡକ୍ଟର ୪ବର୍ଷୀୟା ନାବାଳିକା ସହ ବସ୍ ଭିତରେ ଡିଜିଟାଲ ରେପ୍ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସେହି ଘଟଣାକୁ ନେଇ ଅଦାଲତ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଘୋଷଣା କରିଥିଲେ। ଉଭୟ ବୟସ୍କ ଏବଂ ଶିଶୁ ଏଭଳି ଅପରାଧର ଶିକାର ହୁଅନ୍ତି। ଶିଶୁଙ୍କ ଅଜ୍ଞାନତାର ଫାୟଦା ଉଠାଇ ତାଙ୍କ ସହିତ ଏଭଳି ନିର୍ଯାତନା ବଢିବା ଘଟଣା ପରେ ବର୍ତ୍ତମାନ ଅଭିଭାବକ ଏବଂ ସ୍କୁଲରେ ଶିଶୁମାନଙ୍କୁ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ ସୂଚନା ଦିଆଯାଉଛି। ବାଲ୍ୟ କାଳରେ ଏଭଳି ଘଟଣା ଅନେକ ଝିଅ, ପୁଅଙ୍କ ପରବର୍ତ୍ତୀ ଜୀବନକୁ ଅଦୃଶ୍ୟ ଭାବରେ ପ୍ରଭାବିତ କରିଥାଏ।