ବାସ୍ତବରେ ସବୁଠାରୁ ସୁନ୍ଦରୀ ଯୁବତୀମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। କାରଣ ପ୍ରତ୍ୟେକ ଯୁବତୀ ନିଜ ନିଜ ଷ୍ଟାଇଲ୍‌ରେ ସୁନ୍ଦର ଅଟନ୍ତି। ଏହା ସତ୍ତ୍ୱେ ଦୁନିଆରେ କିଛି ଦେଶ ଅଛି, ଯେଉଁଠାରେ ଯୁବତୀମାନେ ସେମାନଙ୍କର ସ୍ବକୀୟ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ସମଗ୍ର ବିଶ୍ୱବାସୀ ସେମାନଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରନ୍ତି। ଆପଣ ଜାଣନ୍ତି କି କେଉଁ ଦେଶରେ ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ ବାସ କରନ୍ତି? ଏଥିପା‌ଇଁ ନିୟମିତ ସର୍ବେକ୍ଷଣ ମଧ୍ୟ କରାଯାଏ। ତେବେ ଏହି ସର୍ବେକ୍ଷଣ ଦ୍ୱାରା କେଉଁ ଦେଶର ଯୁବତୀଙ୍କୁ ସବୁଠାରୁ ସୁନ୍ଦର ଘୋଷିତ କରାଯାଇଛି ଜାଣନ୍ତୁ ସେ ସମ୍ପର୍କରେ…

Advertisment

ୟୁରୋପୀୟ ସଂଗଠନ ଦ୍ୱାରା ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ବିଶେଷଜ୍ଞମାନେ ଯୁବତୀମାନଙ୍କର ଚର୍ମ ରଙ୍ଗ ଓ ଆଖି ରଙ୍ଗ ସହିତ ଅନେକ କିଛି ପରୀକ୍ଷା କରିଥିଲେ। ଯଦି ଆପଣ ଭାବୁଛନ୍ତି ଯେ, ଏହି ଦେଶ ହେଉଛି ଭାରତ କିମ୍ବା କୌଣସି ଏସୀୟ ଦେଶ, ତେବେ ଆପଣ ଭୁଲ୍‌ ଭାବୁଛନ୍ତି। ଏହି ତାଲିକାରେ ଦୁଇଟି ଏସୀୟ ଦେଶର ନାମ ରହିଛି। ପ୍ରଥମ ଦେଶ ହେଉଛି, ଗତ ଦୁଇବର୍ଷ ଧରି ଯୁଦ୍ଧର ଭୟାବହତାର ସମ୍ମୁଖୀନ ହେଉଥିବା ରାଷ୍ଟ୍ର ୟୁକ୍ରେନ। ଏଠାରେ ଥିବା ଯୁବତୀମାନେ ସମଗ୍ର ବିଶ୍ୱରେ ଆକର୍ଷଣୀୟ ବିବେଚିତ ହୁଅନ୍ତି। ତଥାପି ଅନେକ ୱେବ୍‌ସାଇଟ୍‌ରେ ତୁର୍କୀ ଯୁବତୀମାନଙ୍କୁ ୟୁକ୍ରେନୀୟଙ୍କଠାରୁ ସୁନ୍ଦରୀ ବୋଲି ମନେ କରନ୍ତି।

ୟୁକ୍ରେନ ଓ ତୁର୍କୀ ପରେ ସ୍ବିଡେନ୍‌ର ଯୁବତୀମାନେ ସବୁଠାରୁ ସୁନ୍ଦର ବିବେଚିତ ହୁଅନ୍ତି। ଏହାବ୍ୟତୀତ ପୋଲାଣ୍ଡ୍‌, ନରୱେ, ବେଲାରୁସ ଓ ରୁଷିଆର ଯୁବତୀମାନେ ମଧ୍ୟ ସେମାନଙ୍କର ଅନନ୍ୟ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। ଅଧ୍ୟୟନ ଅନୁଯାୟୀ, ଇସ୍ରାଏଲ୍‌ ଯୁବତୀମାନେ ସୁନ୍ଦର କିନ୍ତୁ ହିଂସ୍ର ଅଟନ୍ତି। ସେହିପରି ଜର୍ମାନୀର ଯୁବତୀମାନେ ସେମାନଙ୍କର ଆଖି ଓ କେଶର ରଙ୍ଗ ପାଇଁ ବହୁତ ଚର୍ଚ୍ଚିତ ହୋଇଥା’ନ୍ତି। ତେବେ ବ୍ରାଜିଲ୍‌ ଓ ଆମେରିକୀୟ ଯୁବତୀଙ୍କ ନାମ ମଧ୍ୟ ସୁନ୍ଦରୀ ତାଲିକାରେ ସ୍ଥାନ ପାଇଥିବା ବେଳେ କୋରିଆ ଯୁବତୀମାନେ ସେମାନଙ୍କର ସୁନ୍ଦର ଚର୍ମ ପାଇଁ ବେଶ୍‌ ପ୍ରସିଦ୍ଧ।