୨୦୨୦ ମସିହାରେ ଏଭଳି ଏକ ବିଜୁଳି ମାରିଥିଲା ଯାହା ଆମେରିକାର ତିନିଟି ରାଜ୍ୟର ଆକାଶକୁ ପ୍ରଜ୍ଜ୍ବଳିତ କରିଦେଇଥିଲା। ମେଘରେ ସୃଷ୍ଟି ହେବାରୁ ଆରମ୍ଭ କରି ଭୂପୃଷ୍ଠ ଛୁଇଁବା ବେଳକୁ ଏହା ମିସିସିପି, ଲୁଇଜିଆନା ଓ ଟେକ୍ସାସ୍ ରାଜ୍ୟ ଦେଇ ପ୍ରାୟ ୪୭୭.୨ ମାଇଲ୍ (ବା ୭୬୮ କି.ମି.) ଅତିକ୍ରମ କରିଥିଲା। ନିକଟରେ ବୈଜ୍ଞାନିକମାନେ ଏହାକୁ ପୃଥିବୀର ଦୀର୍ଘତମ ବିଜୁଳିର ମାନ୍ୟତା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ବ୍ରାଜିଲ୍ରେ ରେକର୍ଡ କରାଯାଇଥିବା ୪୪୦.୬ ମାଇଲ୍ ଦୀର୍ଘ ବିଜୁଳି ଏହି ରେକର୍ଡର ଅଧିକାରୀ ଥିଲା। ସାଧାରଣତଃ ବଜ୍ରପାତ ବେଳେ ବିଜୁଳିର ଦୈର୍ଘ୍ୟ ୧୦ ମାଇଲ୍ ଅତିକ୍ରମ କରିବା ବିରଳ। ଗୋଟିଏ ବିଜୁଳି ମାଡ଼ର ଅବଧି ଏକ ସେକେଣ୍ଡ୍ରୁ କମ୍ ସମୟ ପାଇଁ ହୋଇଥାଏ। ୨୦୨୦ରେ ଉରୁଗୁଏ ଓ ଆର୍ଜେଣ୍ଟିନା ଆକାଶରେ ଦେଖିବାକୁ ମିଳିଥିବା ଏକ ବିଜୁଳି ସର୍ବାଧିକ ୧୭.୧ ସେକେଣ୍ଡ୍ ଧରି ହୋଇ ଅନ୍ୟ ଏକ େରକର୍ଡ ସୃଷ୍ଟି କରିଛି। ଏଭଳି ବିଜୁଳିକୁ ବୈଜ୍ଞାନିକମାନେ ‘ମେଗାଫ୍ଲାସ୍’ କହିଥାନ୍ତି। ଉଭୟ ରେକର୍ଡ ସୃଷ୍ଟି ହୋଇଥିବା ସ୍ଥାନଗୁଡ଼ିକ ବାତ୍ୟାପ୍ରବଣ ଅଞ୍ଚଳ ବୋଲି ଜଣାପଡ଼ିଛି।
ପୃଥିବୀର ଦୀର୍ଘତମ ୪୭୭ ମାଇଲ୍ ବିଜୁଳି!
/sambad/media/post_attachments/wp-content/uploads/2022/02/6f4h65sh65fs65hfhffhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)