ଚିତାବାଘକୁ ଯଦିଓ ବିଶ୍ବର ଦ୍ରୁତତମ ପ୍ରାଣୀ ଭାବେ ବିବେଚନା କରାଯାଏ, ତେବେ ଆମ ଗହଣରେ ଥିବା ପ୍ରାଣୀମାନଙ୍କ ଭିତରେ ଆମେ ଘୋଡ଼ାକୁ ହିଁ ସବୁଠୁ ଦ୍ରୁତଗାମୀ ବୋଲି ବିଚାର କରିଥାଉ। ତେବେ ମାରାଥନ୍ ଦୌଡ଼ରେ ମଣିଷ ଘୋଡ଼ାକୁ ଟପିପାରେ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ମଣିଷ ଓ ଘୋଡ଼ାଙ୍କ ଭିତରେ କିଏ ପାହାଡ଼ିଆ ରାସ୍ତାରେ ଆଗ ଯାଇପାରିବ ବୋଲି ଗତ ୧୯୮୦ ମସିହାରୁ ୟୁନାଇଟେଡ୍ କିଙ୍ଗଡମ୍ର ଉତ୍ତର ୱେଲ୍ସ ଠାରେ ମଣିଷ ଓ ଘୋଡ଼ାଙ୍କ ମଧ୍ୟରେ ଏକ ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷର ଏହି ଦୁଇଗୋଡ଼ିଆ-ଚାରିଗୋଡ଼ିଆ ସମ୍ମିଳିତ ଦୌଡ଼ ପ୍ରତିଯୋଗିତାରେ ଦୁଇଗୋଡ଼ିଆ ମଣିଷ ହିଁ ବାଜି ମାରିନେଇଛି। ଗତ ଶନିବାର ପାଖାପାଖି ୧,୨୦୦ ଜଣ ମହିଳା ଓ ପୁରୁଷ ଦୌଡ଼ାଳିଙ୍କ ସମେତ ୬୦ଟି ଘୋଡ଼ା ଏହି ମାରାଥନ୍ରେ ଭାଗ ନେଇଥିେଲ। ୨୨-ମାଇଲ୍ ଦୌଡ଼ରେ ଡାନିଏଲ କନ୍ନୋଲ୍ଲି ନାମକ ଦୌଡ଼ାଳି ବିଜେତା ହୋଇଛନ୍ତି। ସେ ୨ ଘଣ୍ଟା ୨୪ ମିନିଟ୍ ଓ ୩୮ ସେକେଣ୍ଡରେ ଏହି ଦୌଡ଼ ସଂପୂର୍ଣ୍ଣ କରିଥିଲେ। ଦ୍ରୁତତମ ଘୋଡ଼ାଟି ତାଙ୍କ ଠାରୁ ୧୦ ମିନିଟ୍ ପରେ ଦୌଡ଼ ପୂରା କରିଥିଲା। ଦୀର୍ଘ ୪୨ ବର୍ଷର ଏହି ମାରାଥନ୍ ଇତିହାସରେ ଏପରି ଚତୁର୍ଥ ଥର ଏବଂ ଅବିଶ୍ବସନୀୟ ଭାବେ ଲଗାତାର ଦ୍ବିତୀୟ ଥର ପାଇଁ ଘୋଡ଼ାକୁ ମଣିଷ ଟପିପାରିଛି ବୋଲି ଏହାର ଆୟୋଜକ ବବ୍ ଗ୍ରିନଫ୍ ପ୍ରକାଶ କରିଛନ୍ତି।
ମାରାଥନ୍ରେ ପୁଣି ଘୋଡ଼ାକୁ ଟପିଲା ମଣିଷ
/sambad/media/post_attachments/wp-content/uploads/2023/06/654h654f6fhfhfhs.jpg)