ବ୍ରାଜିଲ୍ ଅନ୍ତର୍ଗତ ରିଓ ଡି ଜେନିରୋର ଏକ ମହଙ୍ଗା ଜିଲ୍ଲାରେ ମୋଟା ଅଙ୍କର ଘରଭଡ଼ା ଦେଇ ନ ପାରି ୨୨ ବର୍ଷ ହେବ ବାଲୁକା ଦୁର୍ଗରେ ରହୁଛନ୍ତି ‘ବେଳାଭୂମିର ରାଜା’ ମାରିକୋ ମିଜେଲ୍ ମାଟୋଲିଆସ୍।
ଶ୍ରଦ୍ଧାରେ ଲୋକେ ତାଙ୍କୁ ଡାକୁଛନ୍ତି ‘ରାଜା’। ବାଲିଘର ଭଳି ଗୋଟାଏ ଅସାଧାରଣ ଘରେ ରହୁଥିଲେ ମଧ୍ୟ ସେ ପଢ଼ା, ଗଲ୍ଫ୍ ଖେଳ ଓ ମାଛମରା ଛାଡ଼ି ନାହାନ୍ତି।
/sambad/media/post_attachments/wp-content/uploads/2018/01/Marcio-Mizael-Matolias-reads-a-book-insi-300x200.jpg)
ହାତରେ ରାଜଦଣ୍ଡ ଧରି ରାଜକୀୟ ବାତାବରଣ ଭଳି ତାଙ୍କ ଦୁର୍ଗ ସମ୍ମୁଖରେ ଥିବା ସିଂହାସନ ଉପରେ ବସି ଖୁସିବାସିଆ ମିଜାଜ୍ରେ ଫଟୋ ପାଇଁ ପୋଜ୍ ଦେବାରେ କିଛି ଅସୁବିଧା ଅନୁଭବ କରନ୍ତି ନାହିଁ ମାଟୋଲିଆସ୍।
କିନ୍ତୁ ତାଙ୍କ ଦୁର୍ଗର କୋଠରି ହେଉ କି, ଦୁଆର- ଭାଙ୍ଗିରୁଜି ଗଲେ ମରାମତି କରନ୍ତି ନିଜେ ମାଟୋଲିଆସ୍।
ବାଲୁକା ଦୁର୍ଗଟି ଭାଙ୍ଗି ନ ପଡ଼ିବା ପାଇଁ ସେ ସବୁବେଳେ ସେଥିରେ ପାଣି ସିଞ୍ଚନ କରନ୍ତି। ଏତେ ସବୁ ହଇରାଣ ହେବା ସତ୍ତ୍ୱେ ଦୁର୍ଗକୁ ଅନ୍ୟ କୌଣସି ପ୍ରକାରେ ଗଢ଼ିବାକୁ ତାଙ୍କର ଆଗ୍ରହ ନାହିଁ।
ସେ କହନ୍ତି: ମୁଁ ଗୁଆନାବାରା ସମୁଦ୍ର ପାଖରେ ବଢ଼ିଥିବାରୁ ସବୁବେଳେ ବେଳାଭୂମିରେ ରହୁଥିଲି। ସମୁଦ୍ର କୂଳରେ ରହିବାକୁ ଲୋକେ ମାତ୍ରାଧିକ ଘରଭଡ଼ା ଦେଉଛନ୍ତି। ମୋ ପାଖକୁ ବିଲ୍ ଆସୁ ନ ଥିବାରୁ ମୁଁ ଖୁସିରେ ରହିଛି।
/sambad/media/post_attachments/wp-content/uploads/2018/01/With-a-crown-on-his-head-Marcio-Mizael-1-300x200.jpg)
ଦାମିକା ବେଳାଭୂମିରେ ବାହାର ପଟୁ ଦୁର୍ଗଟି ଆଡ଼ମ୍ବରପୂର୍ଣ୍ଣ ଦିଶୁ ଥିଲେ ବି ତାଙ୍କ ଘରର ଆକାର ମାତ୍ର ତିନି ବର୍ଗ ମିଟର୍। ସେଥିରେ ପୁଣି ଭରି ରହିଛି ବହି।
ମାଟୋଲିଆସ୍ଙ୍କର ପିଲାପିଲି ନାହାନ୍ତି। ସେ କହନ୍ତି ଏ ଭଳି ଶାନ୍ତିପୂର୍ଣ୍ଣ ବାତାବରଣରେ ଗୋଟିଏ ଅସୁବିଧା ହେଉଛି। ବାଲି ବହୁତ ତାତି ଯାଉଥିବାରୁ କେବେ କେମିତି ମୁଁ ରାତିରେ ଏଠି ଶୋଇ ପାରୁ ନାହିଁ। ମୁଁ ଜଣେ ସାଙ୍ଗ ଘରେ ରାତି ବିତାଇ ପାରନ୍ତି। କିନ୍ତୁ ଦୁର୍ଗ ବାହାରେ ସମୁଦ୍ର କୂଳରେ ଶୋଇବାକୁ ମତେ ଭଲ ଲାଗୁଛି।