ଟ୍ବିଟରରେ ଟ୍ରେଣ୍ଡ କରୁଛି ଡୋଲୋ-୬୫୦: କରୋନା ମହାମାରୀ ମଧ୍ୟରେ ଶହ ଶହ କୋଟିର ମାଲିକ ହେଲେ ନିର୍ମାତା

ନୂଆଦିଲ୍ଲୀ: କରୋନା ମହାମାରୀ ଆସିବା ଦିନଠାରୁ ବଢ଼ିଛି ଡୋଲୋ-୬୫୦ ଚାହିଦା। ଟିକ‌େ ଥଣ୍ଡା କାଶ ହେଲା ମାତ୍ରେ ଖୋଜାପଡ଼ୁଛି ଡୋଲୋ। ୨୦୨୦ ପୂର୍ବରୁ ଡୋଲୋ ନାଁଟି ଅନେକଙ୍କ ପାଇଁ ଅଜଣା ଥିବା ବେଳେ ଏବେ ଏହି ଔଷଧ ଘରେ ଘ‌ରେ ପରିଚିତ ହୋଇସାରିଲାଣି। କରୋନା ମହାମାରୀ ଅନେକ ଔଷଧ କମ୍ପାନିକୁ କୋଟିପତି କରିଥିବା ବେଳେ ଡୋଲୋ-୬୫୦ର ନିର୍ମାତା ଏହି ଦୌଡ଼ରେ ଆଗରେ ରହିଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ କମ୍ପାନି ୩୫୦କୋଟିରୁ ଅଧିକ ବଟିକା ବିକ୍ରି କରିସାରିଲାଣି।

ସ୍ୱାସ୍ଥ୍ୟସେବା ଅନୁସନ୍ଧାନ ସଂସ୍ଥା ଆଇକ୍ୟୁଭିଆଇଏର ତଥ୍ୟ ଅନୁଯାୟୀ, ୨୦୧୯ରେ ଭାରତ ପ୍ରାୟ ଡୋଲୋ-୬୫୦ର ୭.୫ କୋଟି ଷ୍ଟ୍ରିପ୍ ବିକ୍ରି କରିପାରିଥିଲା। ହେଲେ ମହାମାରୀ ପରେ ୩୫୦କୋଟିରୁ ଅଧିକ ବଟିକା ବିକ୍ରି ହୋଇଥିବା ବେଳେ ୨୦୨୧ରେ ଏହି ଔଷଧ ବିକ୍ରି କରି କମ୍ପାନି ୩୦୭କୋଟି ଟଙ୍କା ଆୟ କରିଥିଲା। କରୋନାର ନୂଆ ଭାରିଆଣ୍ଟ ସହ ଡୋଲୋ-୬୫୦ର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ଶରୀରରେ ଯନ୍ତ୍ରଣାଠୁ ଆରମ୍ଭ କରି ଥଣ୍ଡା ପର୍ଯ୍ୟନ୍ତ ମୁଖ୍ୟତଃ ଜ୍ବର ପାଇଁ ଲୋକେ ଡୋଲୋ-୬୫୦ ସେବନ କରୁଥିବା ବେଳେ ଏବେ ଏହାର ଚାହିଦା ଆହୁରି ଅଧିକ ବଢ଼ିଯାଇଛି। ଏମିତିକି ଜାନୁଆରି ୨୦୨୨ର ଦ୍ବିତୀୟ ସପ୍ତାହରୁ ଟ୍ବିଟରରେ ଟ୍ରେଣ୍ଡ କରୁଛି ଡୋଲୋ-୬୫୦। କୋଭିଡ ମହାମାରୀ ସମୟରେ ଡୋଲୋ-୬୫୦ ଅନ୍ୟ ସମସ୍ତ ଔଷଧକୁ ପଛରେ ପକାଇଛି।

Dolo 650 एक पेनकिलर है
aajtak

ବର୍ତ୍ତମାନ ସମୟରେ ଥଣ୍ଡା ହେବା ସହ ଶରୀରରେ ଯନ୍ତ୍ରଣା ହେ‌ଲେ ଲୋକେ ତୁରନ୍ତ ଡୋଲୋ-୬୫୦ ଖାଉଛନ୍ତି। ଏହାର ପ୍ରଭାବ ମଧ୍ୟ ସେତିକି ଭଲ ରହୁଥିବାରୁ ଏବେ ଏହାର ଚାହିଦା ମଧ୍ୟ ସେତେ ଅଧିକ ରହିଛି, ଯାହା ଏହାର ବିକ୍ରିକୁ ବଢ଼ାଇଛି। ‌ଡୋଲୋ-୬୫୦ ବିକ୍ରି ବଢ଼ିବା ସହ କିଛି ସମୟ ମଧ୍ୟରେ କୋଟିପତି ହୋଇଛନ୍ତି ଏହାକୁ ତିଆରି କରୁଥିବା ବେଙ୍ଗାଲୁରୁସ୍ଥିତ ମାଇକ୍ରୋ ଲ୍ୟାବ ଲିମିଟେଡର ମାଲିକ।

ସମ୍ବନ୍ଧିତ ଖବର